Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୧ ପଜିଟିଭ୍‌

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଜି ୧୮ ଜିଲ୍ଲାରୁ ପୁଣି ୧୪୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ ୨,୨୪୫ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଚିହ୍ନଟ ହୋଇଥିବା ୧୪୧ଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୬, ନୂଆପଡ଼ାରୁ ୧୯, କେନ୍ଦ୍ରାପଡ଼ାରୁ ୧୩, ଯାଜପୁରରୁ ୧୦, ସୁନ୍ଦରଗଡ଼ରୁ ୮, ବଲାଙ୍ଗିରରୁ ୭, କଟକରୁ ୬, ପୁରୀରୁ ୫, ଜଗତସିଂହପୁର, ଗଜପତି ଓ କେନ୍ଦୁଝରରୁ ୪ ଜଣ ଲେଖାଏଁ, ବାଲେଶ୍ଵର ଓ ଢେଙ୍କାନାଳରୁ ୨ ଜଣ ଲେଖାଏଁ, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ସମ୍ଵଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୧୦ କ୍ଵାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୩୧ ଜଣ ଲୋକାଲ କେସ୍‌ ବୋଲି ଜଣାପଡ଼ିଛି।

ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୪୫କୁ ବୃଦ୍ଧି ପାଇଛି। ସେହିପରି ୧,୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୯୧ ଜଣ ସକ୍ରିୟ ଅଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି।

The post ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୧ ପଜିଟିଭ୍‌ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images