ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟ ପାଇଁ ଭଲ ଖବର। ପୁଣି ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ଏଯାଏଁ ୧,୨୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।
ସୁସ୍ଥ ହୋଇଥିବା ୧୧୯ ଜଣଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ ୬୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ଗଜପତିରୁ ୯, ନୟାଗଡ଼ରୁ ୬, ସୁନ୍ଦରଗଡ଼ରୁ ୫, ବାଲେଶ୍ଵର, ପୁରୀ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ଗଞ୍ଜାମ ଓ ବଲାଙ୍ଗିରରୁ ୨ ଜଣ ଓ ସମ୍ଵଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି।
ଏହାସହ ଆଜି ସକାଳେ ରାଜ୍ୟରେ ସର୍ବାଧିକ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୩ ଜଣ କ୍ଵାରେଣ୍ଟିନ୍ ସେଣ୍ଟରର ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳ ଲୋକ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨, ୧୦୪କୁ ବୃଦ୍ଧି ପାଇଛି। ସେହିପରି ୧,୨୪୫ ଜଣ ସୁସ୍ଥ ହୋଇଥିବା ବେଳେ ୮୫୦ ଜଣ ସକ୍ରିୟ ରହିଛନ୍ତି। ସେହିପରି ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
The post ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ appeared first on OdishaLIVE.