ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର। ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିର ଆକଳନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।
ବର୍ତ୍ତମାନ ପ୍ରାଥମିକ ରିପୋର୍ଟ ଦେବେ ପରେ ଚୂଡ଼ାନ୍ତ ରିପୋର୍ଟ ଦେବେ। ପ୍ରାଥମିକ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବେ ରାଜ୍ୟ ସରକାର।
ରାଜ୍ୟରେ ଅମ୍ପାନ ଯୋଗୁଁ ଉତ୍ତର ଓଡ଼ିଶାର କିଛି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ଅମ୍ପାନ ଦ୍ଵାରା କ୍ଷତି ହୋଇଛି। କୋଉଠି ଘର ଭାଙ୍ଗିଛି ତ କେଉଁଠି କାହାର ଜୀବିକା ନଷ୍ଟ ହୋଇଛି। ବର୍ତ୍ତମାନ ଏହି ସବୁର ପ୍ରାଥମିକ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର।
ବର୍ତ୍ତମାନ ଅମ୍ପନ ଓଡ଼ିଶା ଉପକୂଳ ଛାଡ଼ି ପଶ୍ଚିମବଙ୍ଗ ମୁହାଁଇଛି। ଏହାସହ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ମଧ୍ୟ ଜାରି ରଖିଛି। କିଛି ସମୟ ମଧ୍ୟରେ ଅମ୍ପନ ସ୍ଥଳଭାଗ ଛୁଇଁବ ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ଝଡ଼ ତୋଫାନ ଆରମ୍ଭ ହୋଇଛି।
The post ୪୮ ଘଣ୍ଟାରେ ଅମ୍ପନ କ୍ଷୟକ୍ଷତିର ରିପୋର୍ଟ ଦେବେ ଜିଲ୍ଲାପାଳ appeared first on OdishaLIVE.