Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆସୁଛି ବାତ୍ୟା ଅମ୍ପନ, ଆଗାମୀ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଓଡ଼ିଶାରେ ପବନ ବଢ଼ିବା ସହିତ ବାତ୍ୟା ଅମ୍ପନ ଧୀରେ ଧୀରେ ସ୍ଥଳଭାଗର ନିକଟତର ହେଉଛି। ଖୁବଶୀଘ୍ର ଏହା ପାରାଦୀପ ବନ୍ଦର ଦେଇ ଅତିକ୍ରମ କରିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ତେଣୁ ଆଗାମୀ ୬ରୁ ୮ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କୁହାଯାଇଛି।

ଏହି ସମୟରେ ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଯାହା ଫଳରେ ଗଛବୃକ୍ଷ ଭାଙ୍ଗିବା ମଧ୍ୟ ଅନୁମାନ କରାଯାଉଛି। ତେବେ ଏଥିପାଇଁ ଅଗ୍ନିଶମ, ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି।

ଏଥିସହିତ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ଆଜି ବର୍ଷା ଜାରି ରହିବ। ଏହି ସ୍ଥାନମାନଙ୍କରେ ପାଖାପାଖି ୫୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ପବନ ବହିବ ବୋଲି କୁହାଯାଇଛି।

ଆଜି ରାତି ସାଢ଼େ ୮ଟା ବେଳକୁ ବାତ୍ୟା ଅମ୍ପନ ଓଡ଼ିଶା ଅତିକ୍ରମ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଥିବା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ଏହାପରେ ଓଡ଼ିଶାରେ ଏହାର ପ୍ରଭାବ ଧୀରେ ଧୀରେ କମିଯିବ ବୋଲି କୁହାଯାଇଛି।

The post ଆସୁଛି ବାତ୍ୟା ଅମ୍ପନ, ଆଗାମୀ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ appeared first on OdishaLIVE.


Viewing all articles
Browse latest Browse all 11715

Trending Articles