ଓଡ଼ିଶାଲାଇଭ୍ ବ୍ୟୁରୋ
ସମୁଦ୍ର ମଧ୍ୟରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହା ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଥିବା ସୁନ୍ଦରବନ ନିକଟରେ ଏହି ବାତ୍ୟା ଲାଣ୍ଡଫଲ୍ କରିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ସେ କହିଛନ୍ତି ଦିନ ୧୧ଟା ମଧ୍ୟରେ ବାତ୍ୟା ଅମ୍ପନ ପାରାଦୀପ ଅତିକ୍ରମ କରିବ। ଅପରାହଣ ୪ଟାରୁ ସାଢ଼େ ୪ଟା ମଧ୍ୟରେ ବାତ୍ୟା ଅମ୍ପନ ଭୋଗରାଇ ଓ ତଳସାରି ଦେଇ ଅତିକ୍ରମ କରିବ। ଏହାପରେ ରାତି ସାଢ଼େ ୮ଟା ରୁ ସାଢ଼େ ୧୦ଟା ମଧ୍ୟରେ ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ।
ତେବେ ଲ୍ୟାଣ୍ଡଫଲ୍ କରିବା ପରେ ଏହା ଆହୁରି ତୀବ୍ରରୂପ ଧାରଣ କରିପାରେ। ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ପାରାଦୀପ ଓ ଏରସମା ଆଦି ଅଞ୍ଚଳରେ ଗଛ ମଧ୍ୟ ଭାଙ୍ଗି ପଡ଼ିଥିବା ନେଇ ଏସଆରସି ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ବାତ୍ୟା ପାଇଁ ପ୍ରାୟ ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
The post ରାତି ସାଢ଼େ ୮ରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ appeared first on OdishaLIVE.