Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଢ଼ୁଛି ଅମ୍ପନର ପ୍ରକୋପ –ପାରାଦୀପରେ ଭାଙ୍ଗିଲା ଗଛ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପରୁ ଆଉ ୧୨୦ କିଲୋମିଟର ଦୂରରେ ଅଛି ବାତ୍ୟା ଅମ୍ପନ। ଆଉ ୨ ଘଣ୍ଟା ମଧ୍ୟରେ ପାରଦୀପ ଦେଇ ଅତିକ୍ରମ କରିବ ଅମ୍ପନ। ଏହାର ପ୍ରଭାବରେ ଏବେ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ଓ ପବନ ହୋଇଛି। ଏଠାରେ ୧୦୨ କିଲୋମିଟର ବେଗରେ ପବନ ବହିବା ସହିତ ୨୦୮ ମିମି ବର୍ଷା ହେଉଥିବା ରେକର୍ଡ ହୋଇଛି। ଫଳରେ ଜଗତସିଂହପୁର ଢିଙ୍ଗିଆରେ ପାନ ବରଜ ନଷ୍ଟ ହେବା ସହିତ ଏରସମା ଓ ପାରାଦୀପରେ ଗଛ ଭାଙ୍ଗିଥିବା ସୂଚନା ମିଳିଛି।

ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁରରେ ଅମ୍ପନ ପ୍ରଭାବ ଦେଖାଇବା ଆରମ୍ଭ କରିଛି। ମଧ୍ୟରାତ୍ରୀରୁ ବର୍ଷା ଲାଗି ରହିବା ସହିତ ପବନର ବେଗ ମଧ୍ୟ ବଢ଼ୁଛି।

ବୁଧବାର ଅପରାହ୍‌ଣ ବା ସନ୍ଧ୍ୟା ଭିତରେ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ଅମ୍ପନ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଚି। ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୬୫ରୁ ୧୮୫ କିଲୋମିଟର ରହିପାରେ।

The post ବଢ଼ୁଛି ଅମ୍ପନର ପ୍ରକୋପ – ପାରାଦୀପରେ ଭାଙ୍ଗିଲା ଗଛ appeared first on OdishaLIVE.


Viewing all articles
Browse latest Browse all 11715

Trending Articles