Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧିବାକୁ ଅନୁରୋଧ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। ମାସ୍କ ପିନ୍ଧିବା ଦ୍ୱାରା ଲୋକେ କରୋନାର ମୁକାବିଲା କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

‘‘ବର୍ଷା ପବନ ହେଉଥିଲା ବେଳେ ଆଦୌ ବାହାରକୁ ନବାହାରି ଘର ଭିତରେ ରହନ୍ତୁ। ପାଗ ଭଲ ହେବା ଯାଏଁ ଅପେକ୍ଷା କରନ୍ତୁ। ପାଗ ଭଲ ହେଲେ ଯାଇ ବାହାରକୁ ଯାଆନ୍ତୁ’’ କହିଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରେ ବିଭିନ୍ନ ଆଶ୍ରୟସ୍ଥଳୀରେ ପ୍ରଶାସନ ପକ୍ଷରୁ ମାସ୍କ ବଣ୍ଟା ଯାଇଛି। ଆଶ୍ରୟସ୍ଥଳୀରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଜିଲ୍ଲାପାଳ ନିଜେ ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ସ୍ଥାନାନ୍ତରଣ ପ୍ରକ୍ରିୟାର ସମୀକ୍ଷା କରିଥିଲେ।

The post ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧିବାକୁ ଅନୁରୋଧ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ appeared first on OdishaLIVE.


Viewing all articles
Browse latest Browse all 11715

Trending Articles