ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଯୋଗୁଁ ରାଜ୍ୟରେ ଆଉ ଜଣକ ମୃତ୍ୟୁ ହୋଇଛି। ମୃତକ ଜଣକ କଟକର ଜଣେ ୭୫ ବର୍ଷିୟ ବୃଦ୍ଧ। ସେ ଭୁବନେଶ୍ଵରେ ଏମ୍ସରେ ଚିକତ୍ସିତ ହେଉଥିଲେ। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।
ଏହାସହ ଆଜି ରାଜ୍ୟରେ ୧୦୧ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, କେନ୍ଦ୍ରାପଡ଼ାରୁ ୮, କଟକ, ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ଵର ଓ ସମ୍ଵଲପୁରରୁ ୨ ଜଣ ଲେଖାଏଁ, ନୟାଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଛି। ସେଥିମଧ୍ୟରୁ ୬୯୬ ଜଣ ସକ୍ରିୟ ଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜିକୁ ମିଶାଇ ମୋଟ୍ ୫ଜଣଙ୍କ ମୃତ୍ୟୁ ହୋଇଛି।
The post କରୋନା ନେଲା ଆଉ ଏକ ଜୀବନ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି appeared first on OdishaLIVE.