Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରଥ ନିର୍ମାଣ – କେନ୍ଦ୍ରର ଅନୁମତି ଲୋଡ଼ିଲେ ରାଜ୍ୟ ସରକାର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିବା ଜଣାପଡ଼ିଛି। ଏବେ ଲକ୍‌ଡାଉନ୍‌ ନିୟମ ବଳବତ୍ତର ରହିଥିବାରୁ ରଥ ନିର୍ମାଣ କାମ ହେବ କି ନାହିଁ ସେନେଇ ରାଜ୍ୟ ସରକାର ଅନୁମତି ମାଗିଛନ୍ତି।

ଗତକାଲି ଶ୍ରୀମନ୍ଦିର ପ୍ରଶାସନ ରଥ ନିର୍ମାଣ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ। ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ରଥ ନିର୍ମାଣ ପାଇଁ ସରକାରଙ୍କ ଅନୁମତି ମାଗିଥିଲେ।

ହେଲେ ରାଜ୍ୟ ସରକାର ଆଜି କେନ୍ଦ୍ର କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ନିଷ୍ପତ୍ତି ନେବାର ଅଧିକାର ରହିଛି। ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ କେନ୍ଦ୍ରର ପରାମର୍ଶ ଲୋଡ଼ିପାରନ୍ତି। ପ୍ରତିଦିନ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ରଥଯାତ୍ରା ପ୍ରସଙ୍ଗରେ ଆଗୁଆ କ’ଣ ପାଇଁ ଆଲୋଚନା କଲେନି?

ଏପଟେ ରଥ ନିର୍ମାଣ କାମ ଆରମ୍ଭ କରିବା ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

The post ରଥ ନିର୍ମାଣ – କେନ୍ଦ୍ରର ଅନୁମତି ଲୋଡ଼ିଲେ ରାଜ୍ୟ ସରକାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles