Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଯାଜପୁରରେ ପୁଣି ଜଣେ ପଜିଟିଭ୍, ଜିଲ୍ଲାରେ ୫୪ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଯାଜପର ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି।

ଯାଜପୁର ଜିଲ୍ଲାରେ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ କେବଳ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନ୍ୟ ସମସ୍ତ ଆକ୍ରାନ୍ତ ସକ୍ରିୟ ରହିଛନ୍ତି।

ଏହାକୁ ମିଶାଇ ବୁଧବାର ରାଜ୍ୟରେ ତିନି ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଜଣେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଥିଲେ।

ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରହିଥିବାବେଳେ ସେଥିମଧ୍ୟରୁ ୬୦ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି କରୋନାରେ ଦୁଇ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ଏବେ ବି ୧୧୭ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

The post ଯାଜପୁରରେ ପୁଣି ଜଣେ ପଜିଟିଭ୍, ଜିଲ୍ଲାରେ ୫୪ ଛୁଇଁଲା ଆକ୍ରାନ୍ତ ସଂଖ୍ୟା appeared first on OdishaLIVE.


Viewing all articles
Browse latest Browse all 11715