ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୫୮ ବର୍ଷ ଏବଂ ସେ କୋଲକାତାରୁ ଫେରି କ୍ୱାରେଣ୍ଟାଇନରେ ଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଯାଜପୁରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଞ୍ଚିଥିବା ବେଳେ ରାଜ୍ୟରେ ୧୭୫ ଛୁଇଁଛି।
ଆଜି ବାଲେଶ୍ୱର, କଟକ ଏବଂ ରାଉରକେଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବାଲେଶ୍ୱରରୁ ୩, କଟକରୁ ଜଣେ ଏବଂ ରାଉରକେଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
The post ଯାଜପୁରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ appeared first on OdishaLIVE.