Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବାତିଲ୍ ହୋଇଯିବ ଆଇପିଏଲ୍!

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାରଣରୁ ପ୍ରଥମେ ଏପ୍ରିଲ ୧୫କୁ ଘୁଞ୍ଚିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଚଳିତ ଥର ବାତିଲ୍ ହୋଇଯାଇପାରେ। ଏନେଇ ଆଇପିଏଲର ପୂର୍ବତନ ଚେୟାରମ୍ୟାନ୍ ରାଜୀବ ଶୁକ୍ଲା ସାମାନ୍ୟ ସଙ୍କେତ ଦେଇଛନ୍ତି।

ରାଜୀବ ଶୁକ୍ଲା କହିଛନ୍ତି, ଏଥର ଆଇପିଏଲ୍ ଆୟୋଜନ ହେବା ଭଳି ମନେହେଉନାହିଁ।  କାରଣ ଲୋକଙ୍କ ଜୀବନ ବଞ୍ଚାଇବା ଏବେ ପ୍ରଥମ କାମ ହୋଇପଡ଼ିଛି। ଏପ୍ରିଲ୍ ୧୫ରେ କଦାପି ବି ଆଇପିଏଲ୍ ଆୟୋଜନ ହୋଇପାରିବ ନାହିଁ।

ଏଥିସହିତ ଦେଶର ଅନେକ ରାଜ୍ୟରେ ଲକଡାଉନ୍ ସ୍ଥିତି ବଢ଼ିବା ସହିତ ସାରା ଦେଶରେ ମଧ୍ୟ ଲକଡାଉନ୍ ଅବଧି ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ ଆଇପିଏଲ୍ ଆୟୋଜନ କଷ୍ଟକର ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ବିଦେଶୀ ଖେଳାଳିଙ୍କ ଉପରେ ପ୍ରତିବନ୍ଧ ଲାଗିଛି। ଫଳରେ ସେମାନେ ଏବେ ଭାରତ ଆସି ଆଇପିଏଲ୍ ଖେଳିବା ମଧ୍ୟ ଅସମ୍ଭବ।

ରାଜୀବଙ୍କ ଏପରି ମନ୍ତବ୍ୟ ପରେ ଆଇପିଏଲ୍ ସ୍ଥଗିତ ହେବା ଖବର ଆହୁରି ସୁଦୃଢ଼ ହୋଇଯାଇଛି। ଏପରି ହେଲେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ପ୍ରଥମ ଥର ପାଇଁ ସ୍ଥଗିତ ହେବ।

The post ବାତିଲ୍ ହୋଇଯିବ ଆଇପିଏଲ୍! appeared first on OdishaLIVE.


Viewing all articles
Browse latest Browse all 11715

Trending Articles