ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ![]()
ବଲିଉଡ ସେଲିବ୍ରିଟିମାନେ କରୋନା ମହାମାରୀକୁ ଏଡ଼ାଇବା ପାଇଁ ଅନେକ ସାହାଯ୍ୟ କରୁଛନ୍ତି। କିନ୍ତୁ ସମସ୍ତଙ୍କ ଆଗରେ ଅଛନ୍ତି ଖିଲାଡି କୁମାର ଅକ୍ଷୟ। ୨୫ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ୍କୁ ଦେବା ପରେ ପୁଣି ଥରେ ସେ ୩ କୋଟି ଟଙ୍କା ଦାନ କରିଛନ୍ତି।
ଏହି ୩ କୋଟି ଅକ୍ଷୟ ବିଏମସି (ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ)କୁ ଟଙ୍କା ଦେଇଛନ୍ତି। ସେ ଏହି ଟଙ୍କା ମାସ୍କ ଏବଂ ପିପିଇ କିଟ କିଣିବା ପାଇଁ ଦେଇଛନ୍ତି। ଅକ୍ଷୟଙ୍କର ଏହି ସାହାଯ୍ୟକୁ ସାରାଦେଶରେ ପ୍ରଶଂସା କରାଯାଉଛି।
ପୂର୍ବରୁ ସଲମାନ ଖାନ, ଶାହରୁଖଙ୍କ ସମେତ ଅନେକ କଳାକାର କରୋନା ଯୁଦ୍ଧରେ ଏପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଦାନ କରିଛନ୍ତି।
The post ୨୫ କୋଟି ପରେ କରୋନା ପାଇଁ ଆଉ ୩ କୋଟି ଦେଲେ ଅକ୍ଷୟ appeared first on OdishaLIVE.