Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ହ୍ଵାଟ୍ସ ଆପ୍‌ରେ ଆସିବ ନୂଆ ଫିଚର୍ସ –ବଦଳିଯିବ ଚାଟିଂର ଅନ୍ଦାଜ୍

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମେସେଜିଂ ଆପ୍ ହ୍ଵାଟ୍ସଆପରେ ଆସିବାକୁ ଯାଉଛି ନୂଆ ନୂଆ ଫିଚର୍ସ। ୨୦୨୦ ମସିହାରୁ ଆରମ୍ଭରୁ ହ୍ଵାଟ୍ସଆପରେ କେତେଗୁଡ଼ାଏ ନୂଆ ଫିଚର୍ସ ଆସିଥିଲା। କିଛି ଦିନ ପୂର୍ବରୁ ହ୍ଵାଟ୍ସ ଆପ୍‌ରେ ଡାର୍କ ମୋଡ ଫିଚର ଆସିଥିଲା। ଏବେ ଆଉ କେତେକ ଫିଚର୍ସ ଆସିବାକୁ ଯାଉଛି। ପ୍ରାଥମିକ ସ୍ତରରେ ଏହି ଫିଚରଗୁଡ଼ିକୁ ହ୍ଵାଟ୍ସଆପ ବେଟା ଭର୍ସନରେ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା, ହ୍ଵାଟ୍ସ ଆପ୍‌ରେ କ’ଣ ନୂଆ ଫିଚର ଆସିବାକୁ ଯାଉଛି?

ମଲ୍ଟି ଡିଭାଇସ ସପୋର୍ଟ

ଖୁବଶୀଘ୍ର ହ୍ଵାଟ୍ସ ଆପ୍‌ରେ ଆସିବାକୁ ଯାଉଛି ମଲ୍ଟି ଡିଭାଇସ ସପୋର୍ଟ ଫିଚର। ଏହି ଫିଚର୍ସ ଦ୍ଵାରା ୟୁଜରମାନେ ଏକାଧିକ ଡିଭାଇସରେ ହ୍ଵାଟ୍ସ ଆପ ଲଗ୍‌ଇନ କରି ପାରିବେ। ଏକାଧିକ ଡିଭାଇସରେ ଲଗ୍‌ଇନ ହେବା ମାତ୍ରେ ଏନସ୍କ୍ରିପସନ କି ବଦଳି ଯିବ। ଅନ୍ୟ ଡିଭାଇସରେ ଲଗ୍‌ଇନ ହେବା ମାତ୍ରେ ଚାଟ ମେସେଜ୍‌ରେ ୟୁଜର ଜାଣି ପାରିବେ। କେଉଁ ସମୟରେ ଲଗ୍‌ଇନ ହେଲା ଏବଂ କେତେ ସମୟ ପାଇଁ ଅନ୍ୟ ଡିଭାଇସରେ ହ୍ଵାଟ୍ସ ଆପ ଲଗ୍‌ଇନ ହୋଇଥିଲା ତାହା ମଧ୍ୟ ଜଣା ପଡ଼ିବ।

ଏକ୍ସପାୟରିଂ ବା ସେଲ୍ଫ ଡିଷ୍ଟ୍ରକ୍ଟିଂ ମେସେଜ୍‌ସ

ବହୁ ଦିନ ଧରି ହ୍ଵାଟ୍ସ ଆପ୍‌ର ବେଟା ଭର୍ସନରେ ଏହି ଫିଚର ଟେଷ୍ଟିଂ କରାଯାଉଛି। କିଛି ଦିନ ତଳେ ଏହାର ନାମ କରଣ କରାଯାଇଛି। ଏହି ଫିଚରକୁ ବ୍ୟବହାର କରି ୟୁଜରମାନେ ମେସେଜ ଡିଲିଟ କରିବା ପାଇଁ ଟାଇମ ସେଟ୍ କରିପାରିବେ। ଜଣଙ୍କୁ ମେସେଜ ପଠାଇବା ପରେ ଏହା କେତେ ସମୟ ମଧ୍ୟରେ ଡିଲିଟ୍ ହେବ ସେନେଇ ୟୁଜର ଟାଇମ ସେଟ୍ କରିପାରିବେ। ଏଥିପାଇଁ ଚାଟ ଅପ୍‌ସନରେ ଏକ୍ସପାୟରିଂ ମେସେଜକୁ ଏନାବେଲ କରିବାକୁ ହେବ।

ଭେରିଫାଏ ମେସେଜ୍

ଅନେକ ସମୟରେ ହ୍ଵାଟ୍ସ ଆପ୍‌କୁ ଫେକ୍ ମେସେଜ ଆସିଥାଏ। ଏହାକୁ ଅନେକ ଥର ଫରଓ୍ଵାର୍ଡ କରାଯାଇଥାଏ। ଏଭଳି ମେସେଜ ପାଇଁ ହ୍ଵାଟ୍ସ ଆପ୍‌ ଆଣିବାକୁ ଯାଉଛି ଭେରିଫାଏ ମେସେଜ ଫିଚର। ଏହାଦ୍ଵାରା ଏଭଳି ମେସେଜକୁ କ୍ରସ ଚେକ୍ କରି ପାରିବେ ୟୁଜର। ଏହି ଫିଚର ଏନାବେଲ କରିବା ପରେ ଅନେକ ଥର ଫରଓ୍ଵାର୍ଡ କରାଯାଇଥିବା ମେସେଜ ଉପରେ ଏକ ଆଇକନ ରହିବ। ଫଳରେ ୟୁଜରମାନେ ସୁବିଧାରେ ଜାଣିପାରିବେ ଏହି ମସେଜକୁ ଅନେକ ଥର ଫରଓ୍ଵାର୍ଡ କରାଯାଇଛି।

ଏହି ସବୁ ଫିଚର୍ସ ବର୍ତ୍ତମାନ ହ୍ଵାଟ୍ସ ଆପ୍‌ର ବେଟା ଭର୍ସନରେ ଟେଷ୍ଟିଂ ହେଉଛି। ଖୁବଶୀଘ୍ର ଏହା ୟୁଜରମାନଙ୍କ ପାଇଁ ଉପଲବ୍ଧ ହେବା ନେଇ ହ୍ଵାଟ୍ସ ଆପ୍ ସୂଚନା ଦେଇଛି।

The post ହ୍ଵାଟ୍ସ ଆପ୍‌ରେ ଆସିବ ନୂଆ ଫିଚର୍ସ – ବଦଳିଯିବ ଚାଟିଂର ଅନ୍ଦାଜ୍ appeared first on OdishaLIVE.


Viewing all articles
Browse latest Browse all 11715

Trending Articles