Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସାଇଲେଣ୍ଟ କିଲର୍‌ କରୋନା ଭାଇରସ୍‌କୁ ନେଇ ଓଡ଼ିଶାରେ ବଢ଼ିଲା ଡର!

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସବୁଠି ଭୟ।

ଓଡ଼ିଶାରେ କରୋନା ନେଲା ପ୍ରଥମ ମୁଣ୍ଡ। ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ୭୨ ବର୍ଷୀୟ ବୃଦ୍ଧ କରୋନାରେ ଆରପାରିକୁ ଚାଲିଯିବା ପରେ ଏବେ ଡର ବଢ଼ିଛି। ଭୁବନେଶ୍ୱର ହଟ୍‌ସ୍ପଟ ଜୋନରେ ପ୍ରବେଶ କରିଛି।

ଝାରପଡ଼ା ଅଞ୍ଚଳର ବୃଦ୍ଧ ଗତ ୪ ତାରିଖରେ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ହେଲେ ସେ ଜାଣି ନଥିଲେ ତାଙ୍କୁ କରୋନା ଆକ୍ରାନ୍ତ କରିଛି। ଏମ୍‌ସରୁ ତାଙ୍କ ରକ୍ତ ନମୁନା ଓ ସ୍ୱାବ୍‌ ସଂଗ୍ରହ କରାଯାଇ ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ହେଲେ ରିପୋର୍ଟ ଆସିବା ପୂର୍ବରୁ ବୃଦ୍ଧ ଜଣଙ୍କର ଜୀବନ ଚାଲିଯାଇଥିଲା। ଆଜି ଓଡ଼ିଶାରେ କରୋନାରେ ପ୍ରଥମ ଜୀବନ ଯାଇଥିଲା। ବୃଦ୍ଧଙ୍କ ମୃତ୍ୟୁ ପରେ ସରକାରଙ୍କ ଚିନ୍ତା ବଢ଼ିଥିବା ବେଳେ ରାଜ୍ୟରେ ଡର ବଢ଼ିଛି।

ଚୀନ୍‌, ଆମେରିକା ଓ ଇଟାଲୀରେ କରୋନା ତାଣ୍ଡବ ରଚି ଚାଲିଥିଲା। ଜଣକ ପରେ ଜଣେ ଆକ୍ରାନ୍ତ ହେବା ସହ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଥିଲା। ଶେଷରେ ଏହି ଭାଇରସ୍‌ ଭାରତରେ ପ୍ରବେଶ କରିବା ପରେ ଓଡ଼ିଶା ଏଥିରୁ ବାଦ୍‌ ପଡ଼ି ନଥିଲା। ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଇଟାଲୀରୁ ଆସିଥିବା ଜଣେ ଯୁବକ ଏଥିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା।

ମାର୍ଚ୍ଚ ୧୯ରେ ଆଉ ଜଣେ ଯୁବକ କରୋନା ଜାଲରେ ଫସିଥିଲେ। ବ୍ରିଟେନରୁ ଆସିଥିବା ଜଣେ ଯୁବକଙ୍କ ନମୁନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଏମ୍‌ସରେ ଆଇସୋଲେସନରେ ରଖାଯାଇଥିଲା। ଏହି ଜଣେ ଦୁଇ ଜଣ ଆକ୍ରାନ୍ତରୁ ଓଡ଼ିଶାରେ ଏବେ ୪୨ ଜଣ ଚିହ୍ନଟ ହେଲେଣି।

ଦିନ ଗଡୁଛି। ତା’ ସହ ତାଳ ଦେଇ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢୁଛି। ଭୁବନେଶ୍ୱର, କଟକ, ଯାଜପୁର, କଳାହାଣ୍ଡି, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ  ଲୋକମାନେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି। ଦୁଇ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭୟର ବାତାରବଣ ଦେଖାଦେଇଛି। କରୋନା ଡରରେ ରାସ୍ତା ଘାଟ ଖାଁ ଖାଁ। ଯିଏ ବି ଜରୁରୀ କାମରେ ବାହାରକୁ ଆସୁଛନ୍ତି ସେମାନେ କାମ ସାରିଦେଇ ଘରକୁ ଫେରି ଯାଉଛନ୍ତି। ସାଙ୍ଗ ସାଥୀ, ଖଟି ସବୁ ବନ୍ଦ ହୋଇଯାଇଛି।

କରୋନା ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନିଆ ଲକ୍‌ଡାଉନ୍‌ କରାଯାଇଛି। ହେଲେ ଗତ ୩ ତାରିଖରେ ଭୁବନେଶ୍ୱର ବମିଖାଲ, ସୂର୍ଯ୍ୟନଗର ଏବଂ ଭଦ୍ରକରୁ ଏକାଧିକ ନମୁନା ପଜିଟିଭ୍‌ ଆସିବାରୁ ରାଜ୍ୟ ସରକାର ଦୁଇ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। କରୋନା ଚେନ୍‌ ଭାଙ୍ଗିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଭୟ ଦୂର ହେବାର ନାଁ ଧରୁନି।

coronaଆକ୍ରାନ୍ତଙ୍କ ତାଲିକାରେ ଭୁବନେଶ୍ୱର ଆଗରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭଦ୍ରକ। କେବଳ ଭୁବନେଶ୍ୱରରୁ ୩୩ ଆକ୍ରାନ୍ତ ବାହାରିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସୂର୍ଯ୍ୟନଗରରୁ ୮ ଏବଂ ବମିଖାଲରୁ ୧୮ ପଜିଟିଭ୍‌ ବାହାରିଥିବାରୁ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରିଛି ପ୍ରଶାସନ।

ଏହାସହ ରାଜ୍ୟର ଅନ୍ୟ ଯେଉଁ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠି ମଧ୍ୟ ପ୍ରଶାସନ ତତ୍ପରତା ଦେଖାଇ ଅଞ୍ଚଳକୁ ସିଲ୍‌ କରୁଛି। କଟକର ପଟ୍ଟାପୋଲ ଅଞ୍ଚଳ ସିଲ୍‌ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଆଳିର କିଛି ସ୍ଥାନ ସିଲ୍‌ ହୋଇଛି। ଏପଟେ କଳହାଣ୍ଡିର ଆକ୍ରାନ୍ତଙ୍କ ଗାଁକୁ ମଧ୍ୟ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ। ଭଦ୍ରକ ଓ ଯାଜପୁରରେ ମଧ୍ୟ ସମାନ ପରିସ୍ଥିତି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ଲୋକଙ୍କ ମନରୁ ଭୟ ଦୂର ହେଉନି। ଜଣକ ପରେ ଜଣେ କରୋନା ଭାଇରସ୍‌ର ଶୀକାର ହେଉଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି।

The post ସାଇଲେଣ୍ଟ କିଲର୍‌ କରୋନା ଭାଇରସ୍‌କୁ ନେଇ ଓଡ଼ିଶାରେ ବଢ଼ିଲା ଡର! appeared first on OdishaLIVE.


Viewing all articles
Browse latest Browse all 11715

Trending Articles