Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଲକ୍‌ଡାଉନ ବଢ଼ିବ? ଏହି ୮ଟି ବିଷୟ ଉପରେ ଘମାଘୋଟ ଚର୍ଚ୍ଚା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ଅବଧି ସାରା ଦେଶରେ ବଢ଼ିବ କି ନା ତାକୁ ନେଇ ଚର୍ଚ୍ଚା ଜୋର୍‌।

୨୧ ଦିନ ଲକଡାଉନ ସମୟ ଶେଷ ହୋଇ ଆସୁଥିବା ବେଳେ ଏହାକୁ ବଢ଼ାଯିବ କି ନା ସେନେଇ ଘମାଘୋଟ ଆଲୋଚନା ଚାଲିଛି। ଲକଡାଉନ ଉଠିବ କି ନା ତାହା ଏବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୋମବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଯାହା ଆଲୋଚନା ହୋଇଥିଲା ସେଥିରୁ ଯାହା ସଂକେତ ମିଳୁଛି ଅଧିକ ପରିମାଣରେ କରୋନା ଆକ୍ରାନ୍ତ ଜିଲ୍ଲା ଓ ଅଞ୍ଚଳ ସହିତ ସମ୍ପର୍କ ପୂରା କାଟି ଦିଆଯିବ। ରାଜ୍ୟମାନଙ୍କରେ ବିଭିନ୍ନ ଜିଲ୍ଲା ଭିତରେ ଯିବା ଆସିବା ବନ୍ଦ ରହିବ ଓ ବୟସ୍କ ଲୋକଙ୍କୁ ଘର ଭିତରେ ରଖାଯିବ।

ଟ୍ରେନ, ବସ୍‌ ଚାଲିବ?

ଏପ୍ରିଲ ୧୪ ତାରିଖ ପରେ ଟ୍ରେନ, ବସ ଓ ମେଟ୍ରୋ ଚାଲିବ କି ନା ସେନେଇ ଜବରଦସ୍ତ ସସପେନ୍ସ ଲାଗି ରହିଛି। ଶୁଣାଯାଉଛି ରେଳ ବିଭାଗ ବର୍ତ୍ତମାନ ପାଇଁ ଟ୍ରେନ ଚଳାଚଳ ବନ୍ଦ ରଖିବ। ତେବେ ଆଂଶିକ ଭାବରେ କିଛି ଟ୍ରେନ ବି ଚାଲିପାରେ ବୋଲି ଖବର ଆସୁଛି। ଗାଡି ବାଇକ ଆଦି ଚାଲିବ କି ନା ତାହା ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନିଆଯିବ। ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟ ଭିତରେ ଗମନାଗମନ କିନ୍ତୁ  ଆରମ୍ଭ ହେବା ଦେଖାଯାଉନାହିଁ।

ଦୋକାନ ବଜାର କଥା

କରୋନା ଲକଡାଉନ ପରେ ସରକାରୀ ଓ ବେସରକାରୀ କର୍ମଚାରୀ ଯିଏ ଯେମିତି କାମ କରୁଥିବା ବେଳେ ଦୋକାନୀମାନଙ୍କ ବାର ବାଜିଯାଇଛି। କିନ୍ତୁ ଯଦି ସ୍ଥିତି ବର୍ତ୍ତମାନ ଭଳି ବିଗିଡ଼ି ଚାଲିବ, ଦୋକାନ ବଜାର ଖୋଲା ହେବାର ସମ୍ଭାବନା ଆଖିରେ ପଡୁନାହିଁ। ଶୁଣାଯାଉଛି ରେଷ୍ଟୁରାଣ୍ଟଗୁଡିକୁ ଖୋଲିବା ପାଇଁ ଅନୁମତି ମିଳିପାରେ। କିନ୍ତୁ ଆପଣ କେବଳ ଖାନା ଘରକୁ ନେଇପାରିବେ, ସେଠି ବସି ଖାଇ ପାରିବେ ନାହିଁ।

coronaଅଫିସ ସବୁ ଖୋଲିବ?

ଗୋଟିଏ ସୂତ୍ର ଅନୁସାରେ ସୋମବାର ଦିନର କ୍ୟାବିନେଟ ବୈଠକରେ ଅଫିସ ଖୋଲିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏପ୍ରିଲ ୧୫ ପରେ ଆସ୍ତେ ଆସ୍ତେ ଅଫିସ ଖୋଲିବା ଉପରେ ବିଚାର କରିବାକୁ ହେବ।

ହଟସ୍ପଟ ଅଞ୍ଚଳ

କରୋନା ମହାମାରୀ ଏବେ ଦେଶର ୬୨ ଜିଲ୍ଲାରେ ତାର ପ୍ରକୋପ ଜାରି ରଖିଛି। ସରକାରୀ ସୂତ୍ର ଅନୁଯାୟୀ ଏହି ହଟସ୍ପଟ ଜିଲ୍ଲାରେ ୨୮ ଦିନ ଅର୍ଥାତ ମେ’ ୧୨ ପର୍ଯ୍ୟନ୍ତ ଲକଡାଉନ ବଢାଇବାର ପ୍ରସ୍ତାବ ରହିଛି।

ରାଜ୍ୟମାନଙ୍କ ମତ

ଲକଡାଉନ ସମୟ ବୃଦ୍ଧି ନେଇ କେନ୍ଦ୍ର ସରକାର ଯଦିଓ କୌଣସି ନିଷ୍ପତ୍ତି ନେଇ ନାହାନ୍ତି, କିଛି ରାଜ୍ୟ ସରକାରଙ୍କ ମତ ହେଉଛି ଯେ, ଲକଡାଉନ ବଢ଼ାଯିବା ଦରକାର। ଉତ୍ତରପ୍ରଦେଶ ସରକାର କହି ସାରିଛନ୍ତି ଯେ, ଲକଡାଉନ ସମୟ ବୃଦ୍ଧି ପାଇବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଲକଡାଉନକୁ ଦୁଇ ସପ୍ତାହ ବଢାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

୨୧ ଦିନିଆ ଲକଡାଉନ ସମୟ ମଧ୍ୟରେ କୃଷି କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ। ଠିକ ସେହିଭଳି ଛୋଟମୋଟ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଅନୁମତି ମିଳିପାରେ। ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ ସମୟରେ ବେଶୀ କଷ୍ଟ ଭୋଗିଛନ୍ତି ନିର୍ମାଣ ଶ୍ରମିକ।

ବିଚାର ଚାଲୁ ରହିଛି

କ୍ୟାବିନେଟ ବୈଠକ ପରେ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, ଆଗାମୀ ୮ ଦିନ ଧରି ଲକଡାଉନ ଉଠାଇବା ନେଇ ବିଚାର ବିମର୍ଶ ଚାଲୁ ରହିବ। ତେବେ ୧୦/୧୨ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ।

The post ଲକ୍‌ଡାଉନ ବଢ଼ିବ? ଏହି ୮ଟି ବିଷୟ ଉପରେ ଘମାଘୋଟ ଚର୍ଚ୍ଚା appeared first on OdishaLIVE.


Viewing all articles
Browse latest Browse all 11715

Trending Articles