Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା –ବାପା, ମା’ଙ୍କୁ ମନେପକାଇ ହସ୍ପିଟାଲରେ କାନ୍ଦିଲେ ଡାକ୍ତର, ହେଲେ ହାରି ନାହାନ୍ତି ସାହସ

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ସହିତ ଏବେ ଯୁଦ୍ଧ କରୁଛି ସାରାବିଶ୍ୱ। ଏହି ଯୁଦ୍ଧରେ ଯୋଦ୍ଧା ପାଲଟିଛନ୍ତି ଡାକ୍ତର। ନିଜ ଜୀବନକୁ ବାଜି ଲଗାଇ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସେବା ପାଇଁ ପରିବାରକୁ ଛାଡ଼ି କର୍ତ୍ତବ୍ୟ ପାଳନ କରିବାକୁ ଘରୁ ପାଦ କାଢୁଛନ୍ତି ଡାକ୍ତର। ସେହିମାନଙ୍କ ଭିତରୁ ଜଣେ ହେଲେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ଅମ୍ବିକା ସିଂ। କରୋନା ପାଇଁ ସେ ଦୀର୍ଘ ଦିନ ଧରି ନିଜ ବାପା, ମା’ଙ୍କୁ ଭେଟିନାହାଁନ୍ତି। ଏମିତିକି ବାପା, ମା’ଙ୍କୁ ମନେ ପକାଇ ହସ୍ପିଟାଲରେ କାନ୍ଦିଛନ୍ତି ସେ।corona

ଯେତେବେଳେ ଅମ୍ବିକାଙ୍କୁ ପଚରା ଯାଇଥିଲା ଯେ ବିପଦ ଅଛି ଜାଣିବି ଏହି ସମୟରେ ସେ କିଭଳି ଡ୍ୟୁଟି କରୁଛନ୍ତି ତାଙ୍କୁ କ’ଣ ବାପା, ମା’ଙ୍କ କଥା ମନେ ପଡ଼ୁନି? ସେତେବେଳେ ଅମ୍ବିକା ହସି ହସି କହିଥିଲେ, ‘‘ଆମ ଦେଶର ଯବାନ ଯେତେବେଳେ  ଯୁଦ୍ଧକୁ ଯାଆନ୍ତି ସେତେବେଳେ ତାଙ୍କୁ ରୋକା ଯାଏନା। ବରଂ ତାଙ୍କୁ ଆର୍ଶୀବାଦ ଦେଇ ପଠା ଯାଏ। ଠିକ୍‌ ସେମତି ବର୍ତ୍ତମାନ କରୋନା ସହ ଯେଉଁ ଯୁଦ୍ଧ ଚାଲିଛି ଏଥିରେ ମୋ ପାଇଁ ପରିବାର ଲୋକଙ୍କ ଆଶୀର୍ବାଦ ରହିଛି।’’stop corona

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର ଲୋକ ତାଙ୍କୁ କେବେ ଏହି ସମୟରେ ଘରେ ରହିବାକୁ କହି ନାହାନ୍ତି। ବର୍ତ୍ତମାନ ଲୋକଙ୍କ ସେବା କରିବାକୁ ତାଙ୍କୁ ତାଙ୍କ ପରିବାର ଲୋକ ପ୍ରେରଣା ଯୋଗାଇଛନ୍ତି।

‘‘ଏହି ସମୟରେ ଯଦି ମୋ ପରିବାରର କେହି ଅସୁସ୍ଥ ହୋଇ ଯାଆନ୍ତି ତେବେ ମୁଁ ତାଙ୍କର ଚିକିତ୍ସା କରିପାରବିନି। ଏହା ହିଁ ମୋ ପାଇଁ ବଡ଼ ଦୁଃଖ ହେବ”, କହିଛନ୍ତି ଅମ୍ବିକା।

ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ଡାକ୍ତରଙ୍କ ବଳିଦାନ ଖୁବ୍‌ ପ୍ରଶଂସା କରୁଛନ୍ତି ସରକାର। ଏମିତିକି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ମାନ ଜାଣିବା ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି।

The post କରୋନା – ବାପା, ମା’ଙ୍କୁ ମନେପକାଇ ହସ୍ପିଟାଲରେ କାନ୍ଦିଲେ ଡାକ୍ତର, ହେଲେ ହାରି ନାହାନ୍ତି ସାହସ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images