Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦିଲ୍ଲୀରେ ସୁସ୍ଥ ହେଲେ କରୋନା ରୋଗୀ – ବଖାଣିଲେ ୧୪ ଦିନର ଅନୁଭୂତି

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ରୋଗୀ। ଦିଲ୍ଲୀରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ୧୪ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କିଛି ଦିନ ତଳେ ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସେଠାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ସେ ତାଙ୍କର ଏହି ୧୪ ଦିନର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।ବୁଲିବାକୁ ଯାଇଥିଲେ ଇଟାଲୀ

ସେ ଜାନୁଆରି ୨୧ ତାରିଖରୁ ଇଟାଲୀ ଓ ପରେ ପରେ ହଙ୍ଗେରୀ ଯାଇଥିଲେ। ସେଠାରୁ ସେ ଫେବ୍ରୁଆରି ୨୫ରେ ଭାରତ ଫେରିଆସିଥିଲେ। ଭାରତ ଫେରିବା ଦିନ ହିଁ ତାଙ୍କୁ ଭୀଷଣ ଜ୍ୱର ହୋଇଥିଲା। ଦେହ ଖରାପ ହେବା କାରଣରୁ ସେ ଫେବ୍ରୁଆରି ୨୬ ତାରିଖରେ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ତିନି ଦିନଧରି ମେଡିସିନ୍ ଖାଇଥିଲେ। ଏହାପରେ ମଧ୍ୟ ତାଙ୍କର ଜ୍ୱର ଭଲ ହୋଇନଥିଲା।

ମାର୍ଚ୍ଚ ୧ରେ ଆସିଲା କରୋନା ପଜିଟିଭ୍ ରିପୋର୍ଟ

ଦେହ ଠିକ୍ ନହେବା କାରଣରୁ ଡାକ୍ତର ତାଙ୍କୁ ଦିଲ୍ଲୀର ଆରଏମ୍ଏଲ୍ ହସ୍ପିଟାଲକୁ ଯାଞ୍ଚ ପାଇଁ ପଠାଇଦେଇଥିଲେ। ଫେବ୍ରୁଆରି ୨୯ ତାରିଖରେ ସେ ଆରଏମ୍ଏଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ମାର୍ଚ୍ଚ ୧ ତାରିଖରେ ସେ କରୋନା ଭାଇରସରେ ଆକ୍ରାନ୍ତ ବୋଲି ତାଙ୍କର ରିପୋର୍ଟରେ ଜାଣିବାକୁ ପାଇଥିଲେ।ସେ କରୋନାରେ ଆକ୍ରାନ୍ତ ଥିବା ଜାଣିବା ପରେ ତାଙ୍କ ସମ୍ପର୍କରେ ଥିବା ଅନ୍ୟ ସମସ୍ତଙ୍କ ମଧ୍ୟ ପରୀକ୍ଷା କରାଯାଇଥିଲା। ହେଲେ ସେମାନଙ୍କର ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ସେହି କିଛି ଦିନ ଭିତରେ ସେ ଯାହାକୁ ଯାହାକୁ ଦେଖା କରିଥିଲେ ଡାକ୍ତରୀ ଟିମ୍ ସେ ସମସ୍ତଙ୍କର ରିପୋର୍ଟ ଯାଞ୍ଚ କରିଥିଲା ବୋଲି ସେ କହିଛନ୍ତି।

କେମିତି ହେଲେ ସୁସ୍ଥ?

କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଟିମ୍ ତାଙ୍କର ନିୟମିତ ଭାବେ ଯାଞ୍ଚ କରିବା ସହିତ ତାଙ୍କୁ କରୋନା ମୁକ୍ତ କରିବାକୁ ଚେଷ୍ଟା ଚଳାଇଥିଲେ ବୋଲି ସେ କହିଛନ୍ତି। ଏପରିକି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ତାଙ୍କୁ ଭିଡିଓ କଲ୍ କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ବୋଲି ସେ କହିଛନ୍ତି।

ଗତ ଶନିବାର ଦିନ ସେ କରୋନା ମୁକ୍ତ ହେବା ପରେ ଡାକ୍ତର ତାଙ୍କୁ ଘରକୁ ପଠାଇଦେଇଛନ୍ତି। ଦୀର୍ଘ ୧୪ ଦିନ ଧରି ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଛନ୍ତି।

The post ଦିଲ୍ଲୀରେ ସୁସ୍ଥ ହେଲେ କରୋନା ରୋଗୀ – ବଖାଣିଲେ ୧୪ ଦିନର ଅନୁଭୂତି appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images