Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କେନ୍ଦ୍ର କ୍ୟାବିନେଟ୍‌ରେ ବାଜିଲା ମୋହର –ନୂଆ ରୂପରେ ଆସିବ ‘ୟେସ୍‌ ବ୍ୟାଙ୍କ’

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କ ଖୁବ୍‌ଶୀଘ୍ର ନୂଆ ରୂପରେ ଆସିବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ‘ୟେସ୍‌ ବ୍ୟାଙ୍କ ପୁନର୍ଗଠନ ନିୟମ’ ଲାଗୁ ହେବାକୁ ଯାଉଛି। ଏହି ନିୟମକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ବିଜ୍ଞପ୍ତି ପ୍ରକାଶ ପାଇବାର ତିନି ଦିନ ପରେ ଟଙ୍କା ଉଠାଣକୁ ନେଇ ଯେଉଁ କଟକଣା ରହିଛି ତାହା ହଟିଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି, ‘‘ୟେସ୍‌ ବ୍ୟାଙ୍କ ପାଇଁ ଏକ ନୂଆ ବୋର୍ଡ ଗଠନ କରାଯିବ। ଏହି ବୋର୍ଡରେ ଷ୍ଟେଟ ବ୍ୟାଙ୍କର ଦୁଇ ଜଣ ନିର୍ଦ୍ଦେଶକ ରହିବେ। ଅଧିସୂଚନା ଜାରି ହେବାର ୭ ଦିନ ଭିତରେ ଏମାନେ ଦାୟିତ୍ୱ ସମ୍ଭାଳିବେ।’’

ୟେସ୍‌ ବ୍ୟାଙ୍କ ଗ୍ରାହକମାନେ ପ୍ରତି ମାସରେ କେବଳ ୫୦ ହଜାର ଟଙ୍କା ଉଠାଇ ପାରିବେ ବୋଲି ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲେ। ୟେସ୍‌ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖୋଦେବା ପରେ ଗ୍ରାହକମାନେ ଚିନ୍ତାରେ ପଡ଼ିଥିଲେ। କେମିତି ଟଙ୍କା ଉଠାଇବେ ତାକୁ ନେଇ ଭାଳେଣି ପଡ଼ିଥିଲା।

The post କେନ୍ଦ୍ର କ୍ୟାବିନେଟ୍‌ରେ ବାଜିଲା ମୋହର – ନୂଆ ରୂପରେ ଆସିବ ‘ୟେସ୍‌ ବ୍ୟାଙ୍କ’ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images