ଓଡ଼ିଶାଲାଇଭ୍ ବ୍ୟୁରୋ
ଏଡ୍ସ ରୋଗକୁ ମାତ୍ ଦେଲେ ଲଣ୍ଡନ ଯୁବକ। ୨ବର୍ଷ ୬ମାସ ସମୟ ଧରି ଏଡ୍ସ ରୋଗ ସହ ସଂଗ୍ରାମ କରିବା ପରେ ଲଣ୍ଡନର ଆଦାମ କାଷ୍ଟିଲେଜ ଏବେ ସୁସ୍ଥ ହୋଇ ପାରିଛନ୍ତି। ଏଡ୍ସ ରୋଗରୁ ମୁକ୍ତି ପାଇବା ପରେ ଏବେ ସାଧାରଣ ଜୀବନଯାପନ କରୁଛନ୍ତି। ସେ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ଯିଏକି ଏଡ୍ସ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି।
୪ବର୍ଷ ତଳେ ଲଣ୍ଡନର ଆଦାମ୍ କାଷ୍ଟିଲେଜ ଏଚଆଇଭି ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ଏଚଆଇଭି ସଂକ୍ରମିତ ହେବା ପରେ ସେ ଆଣ୍ଟି ଏଚଆଇଭି ଔଷଧ ନେବାକୁ ଆରମ୍ଭ କରିଥିଲେ। ତେବେ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିନଥିଲା। ଫଳରେ ଦିନକୁ ଦିନ ସେ ଦୁର୍ବଳ ହେବାକୁ ଲାଗିଲେ।
ଏନେଇ ଆଦାମ୍ କାଷ୍ଟିଲେଜ ଡାକ୍ତରଙ୍କୁ ଜଣାଇଥିଲେ। ଡାକ୍ତର ତାଙ୍କୁ ଷ୍ଟେମସେଲ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଆଦାମ କାଷ୍ଟିଲେଜଙ୍କ ଏଚଆଇଭି ବା ଏଡ୍ସ ରୋଗର ଚିକିତ୍ସା। ଷ୍ଟେମସେଲ ଚିକିତ୍ସା ମୁଖ୍ୟତଃ କ୍ୟାନସର ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ। ସମସ୍ତ ଏଡ୍ସ ରୋଗୀଙ୍କ ପାଇଁ ଏହି ଚିକିତ୍ସା ସମ୍ଭବପର ନୁହେଁ।
ଷ୍ଟେମସେଲ ଚିକିତ୍ସା କ’ଣ ?
କ୍ୟାନସର ରୋଗୀମାନଙ୍କୁ ମୁଖ୍ୟତଃ ଷ୍ଟେମସେଲ ଚିକିତ୍ସା କରାଯାଏ। ଏହି ଚକିତ୍ସା ଦ୍ୱାରା ରୋଗୀ ଦେହରେ ଥିବା ବିପଜ୍ଜନକ ଭୂତାଣୁ କୋଷ ତାର ସଂଖ୍ୟା ବଢାଇ ପାରେ ନାହିଁ। ଷ୍ଟେମସେଲ ରୋଗୀଙ୍କ ଦେହରେ ଦିଆଯିବା ପରେ ଏହା ବିପଜ୍ଜନକ ଭୂତାଣୁକୁ ମାରିବା ସହ ରୋଗୀର ଇମ୍ୟୁନିଟି ସେଲକୁ ବଢିବାରେ ସାହାଯ୍ୟ କରେ।
ଏହିପରି ଭାବରେ ଆଦାମ କାଷ୍ଟିଲେଜ୍ ଷ୍ଟେମସେଲ ଚିକିତ୍ସା ନେବା ପରେ ତାଙ୍କ ଦେହରେ ଏଚଆଇଭି ଭୂତାଣୁ ସଂଖ୍ୟା କମିବାରେ ଲାଗିଲା। ଏଥିପାଇଁ ଆଦାମ କାଷ୍ଟିଲେଜଙ୍କୁ ୩୦ମାସରୁ ଅଧିକ ସମୟ ଲାଗିଥିଲା।
ଷ୍ଟେମସେଲ ଚିକିତ୍ସା ପ୍ରତ୍ୟେକ ଏଡସ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କି ?
ପ୍ରଫେସର ରବିନ୍ଦ୍ର କୁମାର ଗୁପ୍ତା କ୍ୟାମ୍ବ୍ରିଜ୍ ବିଶ୍ୱ ବିଦ୍ୟାଳୟରେ ଏଚଆଇଭି ଭୂତାଣୁକୁ ନେଇ ଗବେଷଣା କରୁଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଏଚଆଇଭି ଭୂତାଣୁ ପାଇଁ ଯେଉଁ ଆଣ୍ଟି ଡୋଜ୍ ବାହାରିଛି ସେଥିରେ ବହୁ ଏଚଆଇଭି ସଂକ୍ରମିତ ରୋଗୀ ଭଲ ହୋଇ ପାରିବେ। ଏଥିପାଇଁ ଅନେକ ବର୍ଷରୁ ଗବେଷଣା ହୋଇ ଆସୁଥିଲା। ତେବେ ଆଦାମ କାଷ୍ଟିଲେଜ ଯେଉଁ ଚିକିତ୍ସାରେ ଭଲ ହୋଇଛନ୍ତି, ତାହା ପ୍ରତ୍ୟେକ ଏଚିଆଇଭିତ ରୋଗୀଙ୍କ ପକ୍ଷରେ ସମ୍ଭବପର ନୁହେଁ। ଏହି ଚିକିତ୍ସା ଦ୍ୱାରା ଏଚଆଇଭି ରୋଗୀଙ୍କ ମୃତ୍ୟୁ ହୋଇପାରେ।
ଏଡ୍ସ ରୋଗରୁ ସୁସ୍ଥ ହେବାରେ ଆଦାମ କାଷ୍ଟିଲେଜ ହେଉଛନ୍ତି ବିଶ୍ୱରେ ଦ୍ୱିତୀୟ। ପୂର୍ବରୁ ୨୦୧୨ମସିହାରେ ବର୍ଲିନର ଜଣେ ବ୍ୟକ୍ତି ଏଡସ୍ ରୋଗରୁ ସୁସ୍ଥ ହୋଇ ଫେରିଥିଲେ।
ବର୍ତ୍ତମାନ ୪୦ବର୍ଷୀୟ ଆଦାମ କାଷ୍ଟିଲେଜ ଏଡସ ରୋଗରୁ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି। ତେବେ ଷ୍ଟେମସେଲ ଚିକିତ୍ସା ନେବା ପୂର୍ବରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହିଛନ୍ତି।
The post ୨ ବର୍ଷ ୬ମାସର ସଂଘର୍ଷ – ଏଡ୍ସକୁ ଜିତିଲେ ଲଣ୍ଡନ ଯୁବକ ଆଦାମ୍ କାଷ୍ଟିଲେଜ appeared first on OdishaLIVE.