Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଇସିସି ଟି-୨୦ ମହିଳା ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗ୍‌, ଶୀର୍ଷରେ ଶେଫାଳି ବର୍ମା

$
0
0

ଓଡ଼ିଶା ଲାଇଭ ବ୍ୟୁରୋ

ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି-୨୦ ବିଶ୍ଵକପରେ ଚମତ୍କରା ପ୍ରଦର୍ଶନ କରିଥିବା ଭାରତୀୟ ଓପନ୍‌ର ଶେଫାଳି ବର୍ମାଙ୍କୁ ବଡ଼ ଫାଇଦା। ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ଶେଫାଳି ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ମାତ୍ର ୧୮ଟି ମ୍ୟାଚ ଖେଳି ସେ ସଫଳତା ହାସଲ କରିଛନ୍ତି।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେଉଥିବା ମହିଳା ଟି-୨୦ ବିଶ୍ଵକପରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଲଗାତାର ୪ଟି ମ୍ୟାଚରେ ବିଜୟ ଲାଭ କରି ଭାରତୀୟ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମାର୍ଚ୍ଚ ୫ ତାରିଖରେ ଭାରତୀୟ ଦଳ ସେମିଫାଇନାଲରେ ଦକ୍ଷିଣଆଫ୍ରିକା ଦଳକୁ ଭେଟିବ। ଚଳିତ ବିଶ୍ଵକପରେ ଶେଫାଳି ଚମତ୍କାର ଫର୍ମରେ ଅଛନ୍ତି। ସେ ୪ଟି ମ୍ୟାଚ ଖେଳି ୧୬୧ ରନ୍‌ କରିଛନ୍ତି। ସେଥି ମଧ୍ୟରେ ୪୭ ଓ ୪୬ରନର ଧୁଆଁଧାର ଇନିଂସ ଖେଳିଥିଲେ।

ବର୍ତ୍ତମାନ ସୁଦ୍ଧା ୧୬ ବର୍ଷୀୟ ଶେଫାଳି ୧୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହାସହ ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ୭୬୧ ପଏଣ୍ଟ ସହ ସେ ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ୭୫୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ପୂର୍ବତନ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ ମିତାଲି ରାଜ୍ ପୁର୍ବରୁ ଏହି କୀର୍ତ୍ତିମାନ ହାସଲ କରିଥିଲେ। ତାଙ୍କ ପରେ ଶେଫାଳି ଏହି କୀର୍ତ୍ତିମାନ ହାସଲ କରିବାରେ ଦ୍ଵିତୀୟ ଭାରତୀୟ ମହିଳା କ୍ରିକେଟର। ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଏହି ତାଲିକାରେ ସ୍ମ୍ରିତି ମନ୍ଧନା ଦୁଇଟି ସ୍ଥାନ ତଳକୁ ଖସି ୭୦୧ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି।

The post ଆଇସିସି ଟି-୨୦ ମହିଳା ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗ୍‌, ଶୀର୍ଷରେ ଶେଫାଳି ବର୍ମା appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images