ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଫେଲ୍ ମାରିଛନ୍ତି ଟିମ୍ ଇଣ୍ଡିଆ ଟପ୍ ଅର୍ଡର। ପ୍ରଥମ ଇଂନିସ ଭଳି ଦ୍ୱିତୀୟ ଇଂନିସରେ ମଧ୍ୟ ଦଳ ମାତ୍ର ୯୦ରନ୍ ଭିତରେ ନିଜର ୬ଟି ୱିକେଟ୍ ହରାଇସାରିଛି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ୨୪୨ରନର ଅଲଆଉଟ୍ ହୋଇଯାଇଥିଲା। ଏହାପରେ ନ୍ୟୁଜିଲାଣ୍ଡ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୩୫ରନରେ ଦଶ ୱିକେଟ୍ ହରାଇଥିଲା। ଏହାପରେ ପୁଣିଥରେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି।
ଟିମ୍ ଇଣ୍ଡିଆର କୌଣସି ଖେଳାଳି ୩୦ରନ ବି ଅତିକ୍ରମ କରିପାରିନାହାନ୍ତି। ବର୍ତ୍ତମାନ ହନୁମା ବିହାରୀ ଓ ରିଷବ ପନ୍ତଙ୍କ ଉପରେ ଦଳ ବ୍ୟାଟିଂ ନିର୍ଭର କରୁଛି। ଯଦି ଏହି ଦୁଇ ଖେଳାଳି ଠିକ ଭାବେ ବ୍ୟାଟିଂ ନକରନ୍ତି। ତେବେ ଦଳ ୨-୦ରେ ସିରିଜ୍ ହାରିବା ସୁନିଶ୍ଚିତ।
The post ଟିମ୍ ଇଣ୍ଡିଆ ଟପ୍ ଅର୍ଡର ଫେଲ୍ – ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୯୦/୬ appeared first on OdishaLIVE.