Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଚୀନରେ କମୁନି କରୋନା ଭୟ – ୨, ୮୦୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ କମିବାର ନାଁ ଧରୁନି କରୋନା ଭୟ। ଧିରେ ଧିରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ ୨ ହଜାର ୮୦୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ୭୯ ହଜାର ୨୫୧ ଜଣ ଲୋକ କରୋନା ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି। ଏହି ରୋଗରେ ଏତେ ମାତ୍ରାରେ ଲୋକମାନଙ୍କ ମୃତ୍ୟୁ ବର୍ତ୍ତମାନ ଚୀନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

ଶୁକ୍ରବାର ଏହି ରୋଗରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨୭ ଜଣ ଆକ୍ରାନ୍ତ ହୋଇଛନ୍ତି। ନ୍ୟାସନାଲ ହେଲ୍‌ଥ କମିସନ୍‌ଙ୍କ ରିପୋର୍ଟ ଅନୁସାରେ ହୁବେଇ ସହରରେ ସର୍ବାଧିକ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଶୁକ୍ରବାର ୨୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେବା ପରେ ମୋଟ ୩୯ ହଜାର ୨ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। କରୋନା କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଚୀନ୍‌ ସରକାର ମଧ୍ୟ କଡ଼ାକଡ଼ି ପଦକ୍ଷେପ ନିଆଯାଇଛି। ଏହି ରୋଗକୁ ଚୀନ୍‌ ପୂରା ଦୃଢ଼ତାର ସହ ମୁକାବିଲା କରୁଛି।

ସେହିପରି ଚୀନ୍‌ରେ ଫସି ରହିଥିବା ଭାରତୀୟମାନଙ୍କୁ ମଧ୍ୟ ଭାରତ ସରକାର ଉଦ୍ଧାର କରିଛନ୍ତି। ଏହି ରୋଗ କେବଳ ଚୀନ ନୁହେଁ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି।

The post ଚୀନରେ କମୁନି କରୋନା ଭୟ – ୨, ୮୦୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା appeared first on OdishaLIVE.


Viewing all articles
Browse latest Browse all 11715

Trending Articles