Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପିପିଲିରେ ହାତୀ ଆକ୍ରମଣ, ଚାଲିଗଲା ୩ଜଣଙ୍କ ଜୀବନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜିଲ୍ଲା ପିପିଲି ବ୍ଲକରେ ବଣୁଆ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣା ପରେ ହାତୀକୁ କାବୁ କରିବାକୁ ବନ ବିଭାଗ ପ୍ରୟାସ ଜାରି ରଖିଛି।

ମୃତକମାନେ ହେଲେ ଚନ୍ଦ୍ରଦେଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର ୬୫ ବର୍ଷିୟ ମକର ପଲେଇ, ବଳଙ୍ଗା ଥାନା ଗୋପୀନାଥପୁରର ଯୁଗଳ କିଶୋର ଭଟ୍ଟ ଓ ରାଜତେଇ ଗାଁର ଚୈତନ୍ୟ ସାହୁ।

ଆଜି ସକାଳେ ଗୋପୀନାଥପୁରର ଯୁଗଳ ଭଟ୍ଟ ଶୌଚ ହେବା ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପର ମକର ପଲେଇ ତାଙ୍କ ଜମିରେ କାମ କରୁଥିବା ବେଳେ ତାଙ୍କୁ ମଧ୍ୟ ହାତୀ ଆକ୍ରମଣ କରିଥିଲା।

ଶନିବାର ସନ୍ଧ୍ୟାରେ ଚନ୍ଦକା ଅଞ୍ଚଳରୁ ଏକ ଦନ୍ତା ହାତୀ ଆସି ଡେଲାଙ୍ଗ ଅଞ୍ଚଳର କୁଆପଦାରେ ପ୍ରବେଶ କରିଥିଲା। ଖବର ପାଇ ବନ ବିଭାଗ ହାତୀ ଉପରେ ନଜର ରଖିଥିଲା। ହେଲେ ରାତି ପ୍ରାୟ ୯ଟା ପରେ ବନ ବିଭାଗ ହାତୀର ଗତିବିଧି ଉପରେ କିଛି ଜାଣି ପାରି ନଥିଲା। ଆଉ ଆଜି ସକାଳେ ସେହି ଅଞ୍ଚଳରେ ଉତ୍ପାତ ଆରମ୍ଭ କରିଛି। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

The post ପିପିଲିରେ ହାତୀ ଆକ୍ରମଣ, ଚାଲିଗଲା ୩ଜଣଙ୍କ ଜୀବନ appeared first on OdishaLIVE.


Viewing all articles
Browse latest Browse all 11715

Trending Articles