Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ବିରୋଧ କରି ଆଜି ଭୀମ ସେନା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭୁବନେଶ୍ଵରରେ ମଧ୍ୟ ଦେଖିବାକୁ ମିଳିଛି। ଭୀମ ସେନା ପକ୍ଷରୁ ବାଣୀବିହାର ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଫଳରେ କିଛି ସମୟ ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା।

ଏହାର ପ୍ରଭାବ କେବଳ ଭୁବନେଶ୍ଵର ନୁହେଁ ସମ୍ଵଲପୁର, ଅନୁଗୁଳ, ବଲଙ୍ଗିର ଓ ସୋନପୁରରେ ମଧ୍ୟ ଦେଖିବାକୁ ମିଳିଛି। ସମ୍ଵଲପୁରରେ ଏନେଇ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଏହାସହ ସମ୍ଵଲପୁର ଷ୍ଟେସନରେ ଭୀମ ସେନାର ସଦସ୍ୟମାନେ ଟ୍ରେନ ଅଟକାଇଥିଲେ। ଫଳରେ ସମ୍ଵଲପୁରରୁ ବିଳମ୍ଵରେ ସମ୍ଵଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ଛାଡ଼ିଥିଲା।

ବଲାଙ୍ଗିରରେ ଦଳିତ ସମାଜ ନେତୃତ୍ଵରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ଜିଲ୍ଲା ବଣିକ ସଂଘ ମଧ୍ୟ ଏହାକୁ ସମର୍ଥନ କରିଛି। ବନ୍ଦ ଯୋଗୁଁ ବଲାଙ୍ଗିର ସହରରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

The post ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ appeared first on OdishaLIVE.


Viewing all articles
Browse latest Browse all 11715