Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବ ନା ପୁଣି ଘୁଞ୍ଚିବ?

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ପୁଣିଥରେ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ରେ ଫାଶୀ ଦେବା ପାଇଁ ଏହି ୱାରେଣ୍ଟ ତୃତୀୟ ଥର ପାଇଁ ଜାରି ହୋଇଛି। ହେଲେ ନିର୍ଦ୍ଧାରିତ ତାରିଖରେ ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ଫାଶୀ ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

କାରଣ ଏହା ପୂର୍ବରୁ ଦୁଇ ଦୁଇ ଥର ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିନି। ଆଇନର ଗଳା ବାଟ ଦେଇ ଦୋଷୀମାନେ ଖସି ଯାଇଛନ୍ତି। ଏବେ ଯେଉଁ ତୃତୀୟ ଡେଥ୍‌ ୱାରେଣ୍ଟ ଜାରି ହୋଇଛି ତାହା କେତେଦୂର ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ତୃତୀୟ ଡେଥ୍‌ ୱାରେଣ୍ଟକୁ ନେଇ ନିର୍ଭୟାଙ୍କ ମା’ ଆଶାଦେବୀ ଏବଂ ତାଙ୍କ ବାପା ଆଶାବାଦୀ ଅଛନ୍ତି। ଦୋଷୀଙ୍କୁ ନିଶ୍ଚିତ ଫାଶୀ ମିଳିବ ବୋଲି ସେମାନେ କହିଛନ୍ତି। ହେଲେ ଦୋଷୀଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ କିନ୍ତୁ ଦୋଷୀମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।

‘‘ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଆହୁରି ଆଇନର ଦିଗ ରହିଛି। ଏସବୁ ବିକଳ୍ପ ପ୍ରକ୍ରିୟାକୁ ଆପଣାଯିବ। ଦଳିତ, ଶୋଷିତ ଏବଂ ଅବହେଳିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରହିବ’’, କହିଛନ୍ତି ଏ ପି ସିଂହ।

ମୁକେଶ ସିଂହ, ପବନ ଗୁପ୍ତା, ଅକ୍ଷୟ ଠାକୁର, ବିନୟ ଶର୍ମା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟ ମାମଲାରେ ତିହାର ଜେଲ୍‌ରେ ରହିଛନ୍ତି। ସାକ୍ଷ୍ୟ, ପ୍ରମାଣକୁ ଆଧାର କରି କୋର୍ଟ ଏହୀ ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

ଫାଶୀ ପାଇଁ କୋର୍ଟ ଦୁଇ ଦୁଇ ଥର ଡେଥ୍‌ ୱାରେଣ୍ଟ ଜାରି କରିଥିଲେ ମଧ୍ୟ ଦୋଷୀମାନେ ଫାଶୀ ଖୁଣ୍ଟରେ ଝୁଲି ପାରୁ ନାହାନ୍ତି। ନ୍ୟାୟିକ ପ୍ରକ୍ରିୟାର ବିକଳ୍ପ ରାସ୍ତାରେ ଦୋଷୀମାନେ ଖସି ଯାଉଥିଲେ। ଏବେ ଦୋଷୀ ମୁକେଶ, ଅକ୍ଷୟ ଏବଂ ବିନୟଙ୍କ ହାତରେ କୌଣସି ନ୍ୟାୟିକ ବିକଳ୍ପ ପ୍ରକ୍ରିୟା ନାହିଁ। ସେମାନଙ୍କ କ୍ୟୁରେଟିଭ୍‌ ପିଟିସନ କୋର୍ଟରେ ଖାରଜ ହୋଇଥିବା ବେଳେ ରାଜକ୍ଷମା ମଧ୍ୟ ରାଷ୍ଟ୍ରପତି ଖାରଜ କରିଛନ୍ତି।

ଏବେ କେବଳ ଦୋଷୀ ପବନ ଗୁପ୍ତାଙ୍କ ପାଖରେ ନ୍ୟାୟିକ ପ୍ରକ୍ରିୟା ବାକି ରହିଛି। ପବନ କ୍ୟୁରେଟିଭ୍‌ ପିଟିସନ କିମ୍ବା ରାଜକ୍ଷମା ଆବେଦନ କରିନାହିଁ। ଏପଟେ କୋର୍ଟ ଫେବ୍ରୁଆରି ୭ ତାରିଖ ସୁଦ୍ଧା ରାଜକ୍ଷମା ଏବଂ କ୍ୟୁରେଟିଭ୍‌ ପିଟିସନ ଆବେଦନ କରିବାକୁ ଦୋଷୀମାନଙ୍କୁ କହିଥିଲେ। ହେଲେ ପବନ ଏହି ନିର୍ଦ୍ଧାରିତ ତାରିଖ ଭିତରେ କୌଣସି ଆବେଦନ କରିନାହିଁ। ନିର୍ଦ୍ଧାରିତ ସମୟ ଶେଷ ହୋଇଯିବା ପରେ କୋର୍ଟ ତୃତୀୟ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି। ଏବେ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଆଇନର ଆଉ କେଉଁ ଦିଗର ସାହାଯ୍ୟ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ନିର୍ଭୟାଙ୍କ ମା’ ବାପା ଡେଥ୍‌ ୱାରେଣ୍ଟ ଜାରି କରିବାକୁ କୋର୍ଟରେ ଆବେଦନ କରିଥିଲେ। ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ ମଧ୍ୟ କୋର୍ଟରେ ଆବେଦନ ହୋଇଥିଲା। ହେଲେ ଏହାକୁ କୋର୍ଟ ଖାରଜ କରିଦେଇଥିଲେ।

The post ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବ ନା ପୁଣି ଘୁଞ୍ଚିବ? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images