Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅନୁପଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ଷ୍ଟ୍ରାଟେଜି ତିଆରି କରୁଛି ଛତିଶଗଡ଼ ପୋଲିସ

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିନ ଯେତିକି ଗଡୁଛି ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ସେତିକି ଟୁଇଷ୍ଟ ଆସୁଛି। ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ ପୋଲିସ ଷ୍ଟ୍ରାଟେଜି ତିଆରି କରୁଛି। ଅନୁପଙ୍କ ବିରୋଧରେ ପ୍ରମାଣ ସୁଦୃଢ଼ କରିବାକୁ ଛତିଶଗଡ଼ ପୋଲିସ ଜୋରଦାର ଉଦ୍ୟମ ଚଳାଇଛି।

୨୦୧୬ ମସିହାର କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି। ମୃତ କଳ୍ପନାଙ୍କ କଲ୍‌ ରେକର୍ଡ ଯାଞ୍ଚରୁ ଯାହା ପ୍ରମାଣ ମିଳିଛି ତାକୁ ଆଧାର କରି ପୋଲିସ ଅନୁପଙ୍କୁ ଗିରଫ କରିଛି। ହେଲେ କୋର୍ଟରେ ଏହି ପ୍ରମାଣ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ ନାହିଁ ବୋଲି ଆଇନଜୀବୀମାନେ ମତ ଦେଉଛନ୍ତି। ଏଣୁ ଅନୁପଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଲାଗି ଛତିଶଗଡ଼ ପୋଲିସ ଉଦ୍ୟମ ଚଳାଇଛି।

ଅନୁପଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ପାଇଁ ଛତିଶଗଡ଼ ପୋଲିସ ତାଙ୍କ ଡ୍ରାଇଭର ବର୍ଦ୍ଧମାନ ଟପ୍ପୋକୁ ଗିରଫ କରିଛି। ବର୍ଦ୍ଧମାନକୁ ଏହି ହତ୍ୟା ମାମଲା ଉପରେ ପଚରା ଉଚରା କରିବା ପରେ ଆଜି ଦୁଇଟି ସ୍ପେଶାଲ ଟିମ୍‌ ବ୍ରଜରାଜନଗରରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି।

ଅନୁପ ସାଏଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହ ତାଙ୍କ ପୁତୁରାକୁ ନୋଟିସ ଜାରି କରିଛି ପୋଲିସ। ମୃତ କଳ୍ପନାଙ୍କ ଭାଉଜ ରୀନା ଦାସଙ୍କୁ ମଧ୍ୟ ଛତିଶଗଡ଼ ପୋଲିସ ନୋଟିସ୍‌ କରିଛି। ଉଭୟଙ୍କୁ ପଚରା ଉଚରା କରି ଅନୁପଙ୍କ ବିରୋଧରେ ଅଧିକ ପ୍ରମାଣ ଯୋଗାଡ଼ କରିବ।

ଏପଟେ ଅନୁପ ଏବଂ ଡ୍ରାଇଭର ବର୍ଦ୍ଧମାନଙ୍କୁ ପୋଲିସ ସାମ୍ନାସାମ୍ନି ଜେରା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। କିଏ ସତ କହୁଛି ଏବଂ କିଏ ଲୁଚାଉଛି ତାହା ଏହି ସାମ୍ନାସାମ୍ନି ଜେରାରୁ ଜଣାପଡ଼ିବ।

ଏହି ହତ୍ୟାକାଣ୍ଡ ପଛରେ ତୃତୀୟ ବ୍ୟକ୍ତିଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି। ଏହି ତୃତୀୟ ବ୍ୟକ୍ତି ଜଣକ କିଏ ତାକୁ ନେଇ ସସ୍‌ପେନ୍ସ ବଢ଼ିଛି। ଅନୁପଙ୍କ ପୁତୁରା ଏବଂ କଳ୍ପନାଙ୍କ ଭାଉଜଙ୍କୁ ଜେରା କରିବା ପରେ ହିଁ ତୃତୀୟ ବ୍ୟକ୍ତିଙ୍କ ହାତ ଅଛି କି ନାହିଁ ଜଣାପଡ଼ିବ।

ଚାରି ବର୍ଷ ତଳର ହତ୍ୟା ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି ଛତିଶଗଡ଼ ପୋଲିସ। କଳ୍ପନା ଏବଂ ତାଙ୍କ ଝିଅଙ୍କୁ ଅନୁପ କେମିତି ବିଭତ୍ସ ଭାବେ ହତ୍ୟା କରିଥିଲେ ସେନେଇ ବର୍ଣ୍ଣନା କରିଥିଲେ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ। ଏବେ ଅନୁପ ଏହି ବୀଭତ୍ସ ହତ୍ୟାକାଣ୍ଡରେ କେମିତି ଦୋଷୀ ସାବ୍ୟସ୍ତ ହେବେ ସେନେଇ ଷ୍ଟ୍ରାଟେଜି ତିଆରି ଚାଲିଛି।

The post ଅନୁପଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ଷ୍ଟ୍ରାଟେଜି ତିଆରି କରୁଛି ଛତିଶଗଡ଼ ପୋଲିସ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images