Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଡବଲ ମର୍ଡରରେ ନୂଆ ଟୁଇଷ୍ଟ – ସାମ୍ନାସାମ୍ନି ଜେରା ହେବେ ଅନୁପ-ବର୍ଦ୍ଧନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ନୂଆ ଟୁଇଷ୍ଟ ଆସିଛି। ଏହି ହତ୍ୟାକାଣ୍ଡରେ ତୃତୀୟ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ରାୟଗଡ଼ ପୋଲିସ କହୁଛି। ତେବେ ଏହି ତୃତୀୟ ବ୍ୟକ୍ତି କିଏ ତାହା ଜାଣିବା ପାଇଁ ରାୟଗଡ଼ ପୋଲିସ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ସାମ୍ନାସାମ୍ନି ଜେରା କରିବ ବୋଲି ଜଣାପଡ଼ିଛି।

ଏହି ସାମ୍ନାସାମ୍ନି ଜେରାରୁ ହିଁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିପାରିବ ବୋଲି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ କହିଛନ୍ତି।

ଏହି ହତ୍ୟାକାଣ୍ଡରେ ଏକ ବୋଲେରୋ ଗାଡ଼ି ବ୍ୟବହାର କରାଯାଇଥିବା ପୋଲିସ ସୂଚନା ଦେଇଥିଲେ। କିନ୍ତୁ ବୋଲେରୋ ସହିତ ଆଉ ଏକ ଇନୋଭା ଗାଡ଼ି ବ୍ୟବହାର ହୋଇଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଏହି ଇନୋଭା ଗାଡ଼ି କାହାର ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏସବୁ ରହସ୍ୟ ଉପରୁ ଛତିଶଗଡ଼ ପୋଲିସ ପରଦା ହଟାଇବାକୁ ଚାହୁଁଛି। ଏଣୁ ଅନୁପ ସାଏ ଏବଂ ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ମୁହାଁମୁହିଁ ଜେରା କରିବ।

୨୦୧୬ ମସିହାରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ। ଛତିଶଗଡ଼ ସୀମାନ୍ତ ହମିରପୁରରେ ଏହି ନୃଶଂସ କାଣ୍ଡ ଘଟିଥିଲା। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ନିଜେ ଲୁହା ରଡ୍‌ରେ ପିଟି ପିଟି କଳ୍ପନା ଦାସ ଏବଂ ତାଙ୍କ ଝିଅକୁ ହତ୍ୟା କରିଥିଲେ। ଏହାସହ ପରିଚୟ ନଷ୍ଟ ପାଇଁ ଉଭୟଙ୍କ ମୁହଁରେ ଗାଡ଼ି ଚଢ଼ାଇ ଦେଇଥିଲେ।

ହେଲେ ସତ କେବେ ଲୁଚି ରହେନା ନ୍ୟାୟରେ ୪ ବର୍ଷ ପରେ ଏହି ହତ୍ୟାକାଣ୍ଡର ଗୁମର ଖୋଲିଛି। ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ। ଏହାସହ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ବି ପୋଲିସ ଗିରଫ କରିଛି।

The post ଡବଲ ମର୍ଡରରେ ନୂଆ ଟୁଇଷ୍ଟ – ସାମ୍ନାସାମ୍ନି ଜେରା ହେବେ ଅନୁପ-ବର୍ଦ୍ଧନ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images