ଓଡ଼ିଶାଲାଇଭ୍ ବ୍ୟୁରୋ![]()
କଟକ ଏସସିବି ମେଡିକାଲ ସଂପ୍ରସାରଣ ପାଇଁ ବୁଧବାରଠୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହୋଇଛି। ହିନ୍ଦ୍ ସିନେମା ହଲ୍ ପଛ ପଟେ ଥିବା ତାଳଗେଣ୍ଡା କେନାଲ ରାସ୍ତାକଡ଼ରୁ ଆଜି ଉଚ୍ଛେଦ କରିଛି ପ୍ରଶାସନ। ଉଚ୍ଛେଦ ପାଇଁ ଚିହ୍ନଟ ସ୍ଥାନରେ ଥିବା ମନ୍ଦିର, କ୍ଲବ ଘର ଆଦିକୁ ଉଚ୍ଛେଦ କରାଯାଇଛି।
ଜିଲ୍ଲାପାଳ, ଡେପୁଟି କମିସନର ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି। ଚିହ୍ନଟ ଅଞ୍ଚଳରେ ମୋଟ ୧୭ଟି ମଠ, ମନ୍ଦିର, କ୍ଲବ ଘର ରହିଥିବା ଜଣାପଡ଼ିଛି।
ଏସ୍ସିବି ମେଡିକାଲର ସଂପ୍ରସାରଣ ହେବ ବୋଲି ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାପରେ କେତେ ଜମି ଅଧିଗ୍ରହଣ ହେବ ଚିହ୍ନଟ ହୋଇଥିଲା। ଏହାସହ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି।
The post ଏସସିବି ସଂପ୍ରସାରଣ ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ appeared first on OdishaLIVE.