ଓଡ଼ିଶାଲାଇଭ୍ ବ୍ୟୁରୋ
ଓପିଜିସି ଏବଂ ଓଏଚ୍ପିସି ପରେ ବିଜୁଳି ଦର ବଢ଼ାଇବା ପାଇଁ ଦାବି କଲା ଗ୍ରୀଡ୍କୋ। ରାଜ୍ୟ ବାହାରୁ ବିଜୁଳି କିଣିବାକୁ ପଡୁଥିବାରୁ ଆଉ ପୂର୍ବ ଦରରେ ବିଜୁଳି ଯୋଗାଇବା ସମ୍ଭବ ନୁହେଁ ବୋଲି ଓଇଆର୍ସିକୁ ଜଣାଇଛି ଗ୍ରୀଡ୍କୋ।
ବିଜୁଳି ଦର ୟୁନିଟ୍ ପିଛା ଆଉ ୧ ଟଙ୍କା ୧୧ ପଇସା ବୃଦ୍ଧି କରିବାକୁ ଦାବି କରିଛି ଗ୍ରୀଡ୍କୋ। ପୂର୍ବରୁ ୟୁନିଟ୍ ପିଛା ୨ ଟଙ୍କା ୭୦ ପଇସାରେ ବିଜୁଳି ଯୋଗାଉଥିଲା ଗ୍ରୀଡ୍କୋ। ଯଦି ଦାବି ମୁତାବକ ୧ ଟଙ୍କା ୧୧ ପଇସା ବଢ଼େ ତାହାଲେ ଉପଭୋକ୍ତାମାନେ ୩ ଟଙ୍କା ୮୧ ପଇସା ଦେବାକୁ ବାଧ୍ୟ ହେବେ।
ଗ୍ରୀଡ୍କୋର ବିଜୁଳି ଦର ବୃଦ୍ଧି ଦାବିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ପୂର୍ବରୁ ଓପିଜିସି ଏବଂ ଓଏଚ୍ପିସି ବିଜୁଳି ଦର ବଢ଼ାଇବାକୁ ଦାବି କରିଥିଲେ।
The post ବିଜୁଳି ଦର ବଢ଼ାଇବା ପାଇଁ ଦାବି କଲା ଗ୍ରୀଡ୍କୋ appeared first on OdishaLIVE.