Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ଭୟା ଦୋଷୀ ଅକ୍ଷୟ ସିଂହର ରାଜକ୍ଷମାକୁ ଖାରଜ କଲେ ରାଷ୍ଟ୍ରପତି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ଅକ୍ଷୟ କୁମାର ସିଂହର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି।

ଏଥିସହିତ ତୃତୀୟ ଅପରାଧୀ ଭାବେ ଅକ୍ଷୟ ରାଷ୍ଟ୍ରପତିଙ୍କ ପାଖରୁ ନିରାଶ ହୋଇଛି। ଏହା ପୂର୍ବରୁ ଆଉ ଦୁଇଜଣ ନିର୍ଭୟା ଦୋଷୀ ମଧ୍ୟ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲେ। ହେଲେ ସେମାନଙ୍କ ଆବେଦନକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରିଦେଇଥିଲେ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀର ପଟିୟାଲା ହାଉସକୋର୍ଟ ଚାରି ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇସାରିଛି। ଏହାପରେ ଦୋଷୀମାନେ ଆଇନର ଆଶ୍ରୟ ନେଇ ବାରମ୍ବାର ଫାଶୀ ତାରିଖ ଘୁଞ୍ଚାଇ ଚାଲିଛନ୍ତି।

ବୁଧବାର ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟ ସାତ ଦିନ ଭିତରେ ଦୋଷୀଙ୍କୁ ସମସ୍ତ ଆଇନଗତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ନିର୍ଭୟା ଦୋଷୀ ଅକ୍ଷୟ ସିଂହର ରାଜକ୍ଷମାକୁ ଖାରଜ କଲେ ରାଷ୍ଟ୍ରପତି appeared first on OdishaLIVE.


Viewing all articles
Browse latest Browse all 11715

Trending Articles