Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଚିଲିକା ଡଙ୍ଗାବୁଡ଼ିର କରୁଣ କାହାଣୀ –‘‘ଗଣ୍ଡରେ ହଠାତ ଆସିଲା ପବନ, ବୁଡ଼ିଗଲା ଡଙ୍ଗା’’

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ଡଙ୍ଗାବୁଡ଼ିରୁ ନୂଆ ଜୀବନ ନେଇ ଫେରିଥିବା ଲୋକେ କହିଲେ କେମିତି ଥିଲା ସେ କରୁଣ ଚିତ୍ର।

‘‘କାଳିଜାଈରେ ଭୋଜି କରି ଡଙ୍ଗାରେ ଖୁସି ମନରେ ଘରକୁ ଆସୁଥିଲୁ। ଡଙ୍ଗା ଚାଲୁଥିବା ବେଳେ ହଠାତ ଦଲକାଏ ପବନ ମାଡ଼ ହେଲା। ପବନ ମାଡ଼ରେ ପାଣି ଡଙ୍ଗା ଭିତରେ ପଶିଗଲା। ଆମେ କେହି କିଛି ବୁଝି ପାରିଲୁ ନାହିଁ। ଚାହୁଁ ଚାହୁଁ ଡଙ୍ଗାଟି ବୁଡ଼ିଗଲା’’, ଏ ହେଉଛି କାଳିଜାଈରୁ ଭୋଜି କରି ଫେରୁଥିବର ଜଣେ ମହିଳାଙ୍କ କାହାଣୀ।

ଏହି ମହିଳା ଜଣକ ମରଣ ମୁହଁରୁ ନୂଆ ଜୀବନ ନେଇ ଫେରିଛନ୍ତି। ଏବେ ସେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଚିଲିକାର ଡଙ୍ଗାବୁଡ଼ିର କରୁଣ କାହାଣୀକୁ ଦେ ଗଣମାଧ୍ୟମର କ୍ୟାମେରା ଆଗରେ ବର୍ଣ୍ଣନା କରିଥିଲେ।

‘‘ଡଙ୍ଗାଟି ଯେତେବେଳେ ବୁଡ଼ିଗଲା ସେତେବେଳେ ଆମେ ଉପାୟଶୂନ୍ୟ ହୋଇଗଲୁ। କେମିତି ଜୀବନ ନେଇ ଫେରିବୁ ବୁଦ୍ଧି ବାଟ କିଛି ଦେଖାଯାଉ ନଥିଲା। ପାଣି ଭିତରେ ଦି ହାତରେ ଦୁଇ ଛୁଆଙ୍କୁ ଧରି ମୁଁ କୂଳକୁ ଆସିବା ପାଇଁ ସଂଘର୍ଷ କରୁଥିଲି। ହେଲେ ଦୁଇ ଛୁଆଙ୍କୁ ନେଇ ପାଣିରେ ଆସିବା ଏତେ ସହଜ ନଥିଲା। ଅନ୍ୟ ଡଙ୍ଗା ଚାଳକମାନେ ଆମକୁ ଉଦ୍ଧାର କରିଥିଲେ।’’

ରବିବାର ସକାଳେ ବାଲୁଗାଁ ଥାନା ବଡ଼କୂଳ, ଚନ୍ଦ୍ରାପୁଟ ଓ ଆଙ୍କୁଲା ଗ୍ରାମର ୪୦ରୁ ଅଧିକ ମହିଳା ଓ ପୁରୁଷ କାଳିଜାଈଙ୍କ ପୀଠକୁ ଯାଇଥିଲେ। କାଳିଜାଈଙ୍କୁ ଦର୍ଶନ କରିବା ସହ ବଣଭୋଜି କରିଥିଲେ। ଭୋଜି ସାରିବା ପରେ ଡଙ୍ଗାରେ ୧୮ ଜଣ ଯାତ୍ରୀ ଫେରୁଥିଲେ।

ସନ୍ଧ୍ୟା ସାଢ଼େ ୫ଟାରେ କାଳିଜାଈ ପୀଠଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଗଣ୍ଡ ଭିତରେ ଡଙ୍ଗାଟି ଆସୁଥିବା ବେଳେ ହଠାତ ଜୋରରେ ପବନ ବହିଥିଲା। ଡଙ୍ଗାରେ ପାଣି ପଶି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ପାଣି ଭିତରେ ପଡ଼ି ଯାଇଥିଲେ।

ଲୋକମାନଙ୍କ ପାଟି ଶୁଣି ପାଖରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଡଙ୍ଗା ନେଇ ସେମାନଙ୍କୁ ଉଦ୍ଧାର କରିଥିଲେ। ୭ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଉଦ୍ଧାର କରିଥିଲେ। ପରେ ଦମକାଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଭିତରୁ ତିନି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା।

The post ଚିଲିକା ଡଙ୍ଗାବୁଡ଼ିର କରୁଣ କାହାଣୀ – ‘‘ଗଣ୍ଡରେ ହଠାତ ଆସିଲା ପବନ, ବୁଡ଼ିଗଲା ଡଙ୍ଗା’’ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images