Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସେସୁର ବିଜୁଳି କାଟ୍ ଧମକ – ସୁର କହିଲେ, ‘‘ଆମ ଖୁଣ୍ଟରେ ହାତ ମାରି ଦେଖ’’

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସେସୁର ବିଦ୍ୟୁତକାଟ୍‌ ଧମକକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦେଖାଇଲେ ନାଲିଆଖି।

‘ଜାନୁଆରି ୧୬ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍ ପଇଠ କର, ନହେଲେ ଉପଭୋକ୍ତାଙ୍କ ଘରୁ ବିଜୁଳି କଟିବ’ – ଏମିତି ଚରମବାଣୀ ଶୁଣାଇଛି ସେସୁ। ସେସୁ ଏଭଳି ନାଲିଆଖି ଦେଖାଇବା ପରେ ରାଜନୀତି ପାଣିପାଗ ତାତିଛି। ସେସୁକୁ କଂଗ୍ରେସ ସିଧାଳସଳଖ ଧମକ ଦେଇଛି।

କଂଗ୍ରେସ ବିଧାୟକ ସୁର ରାଉତରାୟ ଏହାକୁ ବିରୋଧ କରିଛନ୍ତି। ‘ଆମ ଖୁଣ୍ଟରେ ହାତ ମାରି ଦେଖ’ ବୋଲି ସୁର ସେସୁକୁ ପାଲଟା ଧମକ ଦେଇଛନ୍ତି।

‘‘ମୁଣ୍ଡ ଉପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଛି। ହେଲେ ସେସୁ ବିଦ୍ୟୁତ କାଟ୍‌ କରିବାକୁ ଧମକ ଦେଇଛି। ଏହାକୁ ବରଦାସ୍ତ କରାଯିବନି। ଗରିବ, ଦଳିତ ଉପଭୋକ୍ତାଙ୍କ ଉପରେ ରାଜ୍ୟ ସରକାର ଅତ୍ୟାଚାର କରୁଛନ୍ତି। କଂଗ୍ରେସ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ। ଗାଁରେ ସେସୁ ସ୍କ୍ୱାଡ୍‌ଙ୍କୁ ପୂରାଇ ଦିଆଯିବ ନାହିଁ’’, କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ସେ ଆହୁରି କହିଛନ୍ତି, ‘‘ବଡ଼ ବଡ଼ିଆ ଲୋକଙ୍କଠାରୁ ବିଦ୍ୟୁତ ବିଲ୍‌ କାହିଁକି ଆଦାୟ କରାଯାଉନି? ଶିଳ୍ପପତିମାନଙ୍କୁ କାହିଁକି ମାଫ୍‌ କରାଯାଉଛି? ସେମାନଙ୍କୁ ସରକାର ଘଣ୍ଟ ଘୋଡ଼ାଇ ସବୁବେଳେ ଗରିବ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି।’’

ବିଦ୍ୟୁତ ବିଲ୍‌ ପଇଠ ନକଲେ ବିଜୁଳି କାଟ୍‌ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଗତ ୯ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ। ସେ କହିଥିଲେ ଯେ ବିଜୁଳି କାଟ୍‌ ହେବ ବୋଲି ଘୋଷଣା ହେବା ପରେ ୧ ଲକ୍ଷ ୧୦ ହଜାର ଟଙ୍କା ବକେୟା ବିଲ୍‌ ଆଦାୟ ହୋଇଛି। ୬ ଲକ୍ଷ ଉପଭୋକ୍ତା ଏବେ ବି ବିଲ୍‌ ପଇଠ କରି ନାହାନ୍ତି।

ଜାନୁଆରି ୧୬ରୁ ୧ ହଜାର ୩୯୭ ଗାଁରେ ୬ ଲକ୍ଷ ଉପଭୋକ୍ତାଙ୍କ ବିଜୁଳି କାଟ୍‌ ହେବ ବୋଲି ସେସୁ ଚେତାବନୀ ଦେଇଛି।

ଏପଟେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଟାଟା ପାୱାର ହାତକୁ ସେସୁକୁ ଟେକି ଦେଇଛନ୍ତି ରାଜ୍ୟ ସରକାର। ସେସୁର ବକେୟା ବିଲ୍‌ ପଡ଼ିଥିବାରୁ ଟାଟା ପାୱାର ନେବାକୁ ରାଜି ହେଉନି। ଏଣୁ ବିଦ୍ୟୁ ବିଲ୍‌ ଆଦାୟ କରିବା ପାଇଁ ଟାଟା ପାୱାର ସହ ଅଲିଖିତ ଚୁକ୍ତି ହୋଇଛି। ଏଣୁ ସାଧାରଣ ଲୋକଙ୍କ ଉପରେ ବୋଝ ଲଦି ଦିଆଯାଉଛି। ଏହାକୁ ବିଜେପି ଜୋରଦାର ବିରୋଧ କରିବ।

The post ସେସୁର ବିଜୁଳି କାଟ୍ ଧମକ – ସୁର କହିଲେ, ‘‘ଆମ ଖୁଣ୍ଟରେ ହାତ ମାରି ଦେଖ’’ appeared first on OdishaLIVE.


Viewing all articles
Browse latest Browse all 11715

Trending Articles