Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଜେପି, ବ୍ରହ୍ମପୁର, ବାବୁଲ୍‌ ଓ ବୈଜୟନ୍ତ –ସିଏଏ ସପକ୍ଷରେ ‘4-B’ କ୍ୟାମ୍ପେନ୍

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସିଏଏ ସପକ୍ଷରେ ଜନସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି ବିଜେପି। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାକୀ କଟକରେ ସିଏଏ ସପକ୍ଷରେ ଅଣ୍ଟା ଭିଡ଼ିଥିବା ବେଳେ ଶୁକ୍ରବାର ‘4-B’ କ୍ୟାମ୍ପେନ୍‌ ଆରମ୍ଭ କରିଥିଲା ବିଜେପି। ଏହି ‘4-B’ – ବିଜେପି, ବ୍ରହ୍ମପୁର, ବାବୁଲ ସୁପ୍ରିୟୋ ଏବଂ ବୈଜୟନ୍ତ ପଣ୍ଡା ବୋଲି କୁହାଯାଉଛି।

ବ୍ରହ୍ମପୁରରେ ବିଜେପି ପକ୍ଷରୁ ସିଏଏ ସପକ୍ଷରେ ହୋଇଥିବା ଜନଜାଗରଣ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ।

ବାବୁଲ୍‌ ସୁପ୍ରିୟୋ କହିଛନ୍ତି, ‘‘ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେବଳ ମିଥ୍ୟା ପ୍ରଚାର କରିଚାଲିଛନ୍ତି। ଭାରତର ସଂସ୍କୃତି ହେଉଛି ‘ଅତିଥି ଦେବୋ ଭବଃ’। ସେହି ଆଧାରରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତ ଆସିଥିବା ନାଗରିକଙ୍କୁ ମୋଦୀ ସରକାର ନାଗରିକତା ଦେବା ପାଇଁ ଏହି ଆଇନ ଆଣିଛନ୍ତି।’’

୨୦୧୯ ସାଧାରଣ ନିର୍ବାଚନ ହାରିବା ପରେ କଂଗ୍ରେସ ଅସହିଷ୍ଣୁ ହୋଇପଡିଛି। ଏବେ କୌଣସି ପ୍ରସଙ୍ଗ ନଥିବା କାରଣରୁ ନାଗରିକତା ସଂଶୋଧନ ଆଇନର ମିଥ୍ୟା ପ୍ରଚାର କରି କଂଗ୍ରେସ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛି। ବିରୋଧୀ ଦଳମାନଙ୍କ ପକ୍ଷରୁ ଯେଉଁ ଅପପ୍ରଚାର କରାଯାଉଛି ସେଥିରେ ସତ୍ୟତା ନାହିଁ।

‘‘ଭାରତର ସମ୍ବିଧାନ ଅନୁସାରେ ସବୁ ଧର୍ମର ନାଗରିକଙ୍କୁ ସମାନ ଅଧିକାର ଦିଆଯାଇଛି। କିନ୍ତୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଧର୍ମ ଅନୁଯାୟୀ ସମ୍ବିଧାନ ହୋଇଥାଏ। ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା ଏବଂ ପଡୋଶୀ ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଭାରତ ବିଭାଜନ ପରେ ଗାନ୍ଧିଜୀ ଦେଶବାସୀଙ୍କୁ କହିଥିଲେ। ଏବେ ମୋଦିଜୀ ଏହି ଆଇନ ଆଣି ପଡୋଶୀ ଦେଶର ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବା ପାଇଁ ପ୍ରଚେଷ୍ଟା କରିଛନ୍ତି’’, କହିଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

ସିଏଏ ସମର୍ଥନରେ ଏକ ବିଶାଳ ଶୋଭାଯାତ୍ରା ବ୍ରହ୍ମପୁର କମାପଲ୍ଲୀ ଛକରୁ ଆରମ୍ଭ ହୋଇ ଟାଟବେଞ୍ଜ ଛକ, ସୁବାରାଓ ଛକ, ଖଲ୍ଲିକୋଟ କଲେଜ ଛକ, ପୂରୁଣା ବସଷ୍ଟାଣ୍ଡ, ଗିରିଜା ଛକ, ଗିରି ମାର୍କେଟ, ସିଟି ହାଇସ୍କୁଲ, ମ୍ୟୁନିସପାଲିଟ କାର୍ଯ୍ୟାଳୟ ସମ୍ମୁଖ ଦେଇ ରାମଲିଙ୍ଗମ ଟ୍ୟାଙ୍କ ରୋଡ୍‌ଠାରେ ପହଞ୍ଚିଥିଲା।

The post ବିଜେପି, ବ୍ରହ୍ମପୁର, ବାବୁଲ୍‌ ଓ ବୈଜୟନ୍ତ – ସିଏଏ ସପକ୍ଷରେ ‘4-B’ କ୍ୟାମ୍ପେନ୍ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images