ଓଡ଼ିଶାଲାଇଭ୍ ବ୍ୟୁରୋ
ପାଞ୍ଚ ଦିନ ଯାଏଁ ସାଧାରଣ ଜନତା ଦେଖିପାରିବେ ଲୋକସେବା ଭବନ ଉଦ୍ୟାନ।
ସର୍ବସାଧାରଣଙ୍କ ପାଇଁ ପାଞ୍ଚ ଦିନ ଖୋଲା ରହିବ ଲୋକସେବା ଭବନର ଉଦ୍ୟାନ। ଜାନୁଆରି ୧୧ରୁ ୨୬ ତାରିଖ ଯାଏଁ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ।
ଲୋକସେବା ଭବନ ପରିସରରେ ତିଆରି ହୋଇଥିବା ଏକ ସୁନ୍ଦର ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସୁଯୋଗ ଦିଆଯିବ।
ଅପରାହ୍ଣ ୩ଟାରୁ ୫.୩୦ ଯାଏଁ ଜନସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଜନସାଧାରଣମାନେ ଲୋକସେବା ଭବନର ଗେଟ୍ ନମ୍ବର ୧ ଦେଇ ଉଦ୍ୟାନ ପରିଦର୍ଶନ କରିପାରିବେ।
The post ସର୍ବସାଧାରଣଙ୍କ ଲାଗି ପାଞ୍ଚ ଦିନ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ appeared first on OdishaLIVE.