ଓଡ଼ିଶାଲାଇଭ୍ ବ୍ୟୁରୋ![]()
ବିବେକାନନ୍ଦ ରକ୍ ମେମୋରିଆଲ ତାମିଲନାଡୁର କନ୍ୟାକୁମାରୀ ସହରର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ୧୯୮୨ରେ ବିବେକାନନ୍ଦ କନ୍ୟାକୁମାରୀ ଯାଇଥିଲେ। ଗୋଟିଏ ଦିନ ସେ ସମୁଦ୍ର ପହଁରି ଏହି ସ୍ଥାନରେ ପହଞ୍ଚି ଯାଇଥିଲେ।
ସମୁଦ୍ର ଭିତରେ ଏହି ନିର୍ଜନ ସ୍ଥାନରେ ସେ ସାଧାନା କରିଥିଲେ। ଏହି ସ୍ଥାନରୁ ହିଁ ସେ ନରେନ୍ଦ୍ରରୁ ବିବେକାନନ୍ଦ ପାଲଟିଥିଲେ। ଏହିଠାରୁ ତାଙ୍କୁ ଜୀବନର ଲକ୍ଷ୍ୟ ଓ ମାର୍ଗ ଦର୍ଶନ ହୋଇଥିଲା। ସେ ଦେଶମାତୃକାର ସେବା ପାଇଁ ନିଜକୁ ସମର୍ପିତ କରିଥିଲେ।
ଏହାପରେ ସେ ଚିକାଗୋ ସମ୍ମିଳନୀରେ ଭାଗ ନେଇଥିଲେ। ଏହି ସମ୍ମିଳନୀରେ ଭାଗ ନେଇ ସେ ଭାରତ ପାଇଁ ଗୌରବ ଆଣିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଉଦ୍ଦେଶ୍ୟରେ ୧୯୭୦ରେ ସମୁଦ୍ର ଭିତରେ ସେହି ବିଶାଳ ପଥର ଉପରେ ଏକ ଭବ୍ୟ ସ୍ମୃତି ଭବନର ନିର୍ମାଣ ହୋଇଥିଲା।
ସମୁଦ୍ରର ଲହରୀ ଭିତରେ ବିବେକାନନ୍ଦ ରକ୍ ମେମୋରିଆଲରେ ପହଞ୍ଚିବାର ଅନଭୁବ ମଧ୍ୟ ନିଆରା ହୋଇଥାଏ। ଲାଲ ରଙ୍ଗର ପଥରରେ ନିର୍ମିତ ସ୍ମାରକ ରେ ୭୦ ଫୁଟ୍ ଗମ୍ବୁଜ ରହିଛି। ମେମୋରିଆଲ ଭିତରେ ସ୍ୱାମୀ ବିବେକାନନ୍ଦଙ୍କର ୮ ଫୁଟର ଏକ ପ୍ରତିମୂର୍ତ୍ତି ରହିଛି। ଏହି ସ୍ଥାନକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।
The post ବିବେକାନନ୍ଦ ରକ୍ ମେମୋରିଆଲ – ଯେଉଁଠି ନରେନ୍ରୁ ହୋଇଥିଲେ ସ୍ୱାମୀ ବିବେକାନନ୍ଦ appeared first on OdishaLIVE.