Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଗାମୀ ଦୁଇ ଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନ ଧରି ରାଜ୍ୟରେ ଲାଗି ରହିବ ମଧ୍ୟମ ଧରଣର ବର୍ଷା। ପଶ୍ଚିମବଙ୍ଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବୁଧବାର ଓ ଗୁରୁବାର ରାଜ୍ୟର ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଶିକ୍ଷା ଓ ଅନୁସନ୍ଧାନ ଅନ୍ତର୍ଗତ ପରିବେଷ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସିଇସିର ବୁଲେଟିନ୍‌ ଅନୁଯାୟୀ, ବୁଧବାର ଅପରାହ୍‌ଣରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଜାନୁଆରି ୧୦ରୁ ଦୁଇଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ତେବେ ଜାନୁଆରି ୧୨ରୁ ଦିନର ତାପମାତ୍ରା ବୃଦ୍ଧି ପାଇବ।

ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ୭.୫ ଡିଗ୍ରୀ ରହିଛି। ଟିଟିଲାଗଡ଼ରେ ୭.୬ ଡିଗ୍ରୀ ଓ ଅନୁଗୁଳରେ ୮.୦ ଡିଗ୍ରୀ ରେକର୍ଡ କରାଯାଇଛି।

The post ଆଗାମୀ ଦୁଇ ଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images