Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ଭୟା କାଣ୍ଡ –ଜାନୁଆରି ୨୨ରେ ଫାଶୀରେ ଝୁଲିବେ ଦୋଷୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ    

ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଜାରି ହେଲା ଡେଥ୍‌ ଓ୍ଵାରେଣ୍ଟ। ୪ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ଦିଆଯିବ ଫାଶୀ। ଦିଲ୍ଲୀର ପଟିୟାଲା ହାଉସ୍‌ କୋର୍ଟ ଦୋଷୀଙ୍କ ବିରୋଧରେ ଏହି ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି।

ଡିସେମ୍ବର ୧୮ ତାରିଖରେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ନିର୍ଭୟା ଦୁଷ୍କର୍ମକାରୀଙ୍କ ଫାଶି ଦଣ୍ଡାଦେଶ ଉପରେ ଚୂଡ଼ାନ୍ତ ଶୁଣାଣି ହେବାର ଥିଲା। ହେଲେ କୋର୍ଟ ଦୋଷୀମାନଙ୍କୁ ଜାନୁଆରି ୭ ତାରିଖ ଯାଏଁ ମହଲତ ଦେଇଥିଲେ। ଆଉ ଥରେ ରାଜକ୍ଷମା ଆବେଦନ କରିବାକୁ କୋର୍ଟ ସେମାନଙ୍କୁ ସୁଯୋଗ ଦେଇଥିଲେ।

୨୦୧୯ରେ ହିଁ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିଯିବ ବୋଲି କୁହାଯାଉଥିଲା। ଡିସେମ୍ବର ୧୮ ତାରିଖରେ ସୁପ୍ରିମକୋର୍ଟ ଦୋଷୀ ସଞ୍ଜୟ ସିଂଙ୍କ ପୁନର୍ବିଚାର ଆବେଦନ ମାମଲା ଖାରଜ କରିଥିଲେ।

୨୦୧୨ ଡିସେମ୍ବର ୧୬ରେ ନିର୍ଭୟା ତାଙ୍କ ଜଣେ ପୁରୁଷ ବନ୍ଧୁଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମ ଦେଖି ଫେରିବା ପରେ ସେ ବସ୍‌ ଯୋଗେ ମୁନିରକାରୁ ଦ୍ୱାରକା ଅଭିମୁଖେ ଯାଉଥିଲେ। ବସ୍‌ରେ ନିର୍ଭୟାଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅନ୍ୟ ୬ ଜଣ ଲୋକ ଥିଲେ। ସେହି ୬ ଜଣ ନିର୍ଭୟାଙ୍କୁ ବସ୍‌ ଭିତରେ ଦୁଷ୍କର୍ମ କରିଥିଲେ। ତାଙ୍କ ବନ୍ଧୁ ବିରୋଧ କରିବା ଯୋଗୁଁ ତାଙ୍କୁ ମଧ୍ୟ ଖୁବ ମାରିଥିଲେ।

ବସ୍‌ରେ ଥିବା ୬ ଜଣ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ନର ରୂପି ରାକ୍ଷସମାନେ ତାଙ୍କ ଉପରେ ଘୋର ଅତ୍ୟାଚାର କରିଥିଲେ। ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଚଳନ୍ତା ବସ୍‌ରୁ ଫିଙ୍ଗି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜି ଥିଲେ ନିର୍ଭୟା।

The post ନିର୍ଭୟା କାଣ୍ଡ – ଜାନୁଆରି ୨୨ରେ ଫାଶୀରେ ଝୁଲିବେ ଦୋଷୀ appeared first on OdishaLIVE.


Viewing all articles
Browse latest Browse all 11715