Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

NRC, NPR ଗରିବ ଲୋକଙ୍କୁ ବିମୁଦ୍ରୀକରଣ ଭଳି କଷ୍ଟ ଦେବ– ରାହୁଲ ଗାନ୍ଧୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସରେ ଏନ୍ଆରସି ଓ ଏନପିଆରକୁ ନେଇ ସରକାରଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ।

“କେନ୍ଦ୍ର ସରକାରଙ୍କ NRC ଓ NPR ଯୋଜନା ଗରିବ ଲୋକଙ୍କ ପାଇଁ ପୁଣିଥରେ ବିମୁଦ୍ରୀକରଣ ଭଳି କଷ୍ଟ ଆଣିବ। ଲୋକମାନେ ନିଜକୁ ଭାରତୀୟ ନାଗରିକ ଭାବେ ପ୍ରମାଣିତ କରିବାକୁ ପୁଣିଥରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବେ”, କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ଶନିବାର କଂଗ୍ରେସ ନିଜର ୧୩୫ତମ ପ୍ରତିଷ୍ଠା ଦିବସ ପାଳନ କରୁଥିଲାବେଳେ ଏନ୍ଆରସି ଓ ଏନପିଆରକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି ଯେ, ବିମୁଦ୍ରୀକରଣ ବେଳେ ଲୋକମାନେ ଯେଉଁଭଳି ଭାବେ ଲାଇନରେ ଠିଆ ହୋଇଥିଲେ, ଏବେ ଲୋକମାନଙ୍କୁ ନାଗରିକ ପ୍ରମାଣ ଦେବାକୁ ସେଭଳି ଲାଇନରେ ଠିଆ ହେବାକୁ ପଡ଼ିବ। ଗରିବ ଲୋକମାନେ ନିଜର କାମଧନ୍ଦା ବନ୍ଦ କରି ଏହି ଲାଇନରେ ଠିଆ ହେବେ। କିନ୍ତୁ ଧନୀ ଲୋକମାନଙ୍କୁ ଏହି ଲାଇନରେ ଦେଖିବାକୁ ମିଳିବିନି କାରଣ ସେମାନେ ମୋଦୀଙ୍କର ବନ୍ଧୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।ଏହାସହ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏନ୍ଆରସି ଓ ଏନପିଆର ପକ୍ରିୟା ଦ୍ୱାରା ସରକାରଙ୍କ କେତେକ ପୁଞ୍ଜିପତି ସାଙ୍ଗମାନେ ହିଁ ଲାଭ ପାଇବେ। ତେବେ ସାଧାରଣ ଗରିବ ଲୋକମାନେ କିନ୍ତୁ ଏଥିରୁ କଷ୍ଟ ପାଇବେ ବୋଲି ସେ କହିଛନ୍ତି।

ଦେଶରେ ଏବେ ସଠିକ ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବା ପାଇଁ ଯଥେଷ୍ଟ ଚିହ୍ନଟ ଶିବିର ନାହିଁ। ଏଭଳି ପରିସ୍ଥିତିରେ ସରକାର କିଭଳି ଭାବେ ଦେଶରୁ ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

The post NRC, NPR ଗରିବ ଲୋକଙ୍କୁ ବିମୁଦ୍ରୀକରଣ ଭଳି କଷ୍ଟ ଦେବ– ରାହୁଲ ଗାନ୍ଧୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles