Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପିଏଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ୟାମରୁ ମିଳିଲା ଶବ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ସତୀଗୁଡ଼ା ଡ୍ୟାମରୁ ମିଳିଲା ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ। ଶୁକ୍ରବାର ଅଫିସ ଯାଇଥଲା ବେଳେ ଦେବ ନାରାୟଣ ଆଉ ଘରକୁ ଫେରିନଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ।

ଏହାପରେ ଆଜି ସତୀଗୁଡା ଡ୍ୟାମ୍ ନିକଟରୁ ତାଙ୍କ ବାଇକ୍‌ ଓ ହେଲମେଟ୍ ମିଳିଥିଲା। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ଡ୍ୟାମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

କିପରି ଓ କେଉଁ ପରିସ୍ଥିତିରେ ଦେବନାରାୟଣଙ୍କ ମୃତ୍ୟୁ ଘଟିଲା, ତାହା ଏବେ ସନ୍ଦେହ ଘେରରେ ରହିଛି। ଅନ୍ୟପଟେ ଅଫିସ କାମ ପାଇଁ ଦେବ ନାରାୟଣ ଚାପରେ ରହୁଥିବା ତାଙ୍କ ପତ୍ନୀ ବନଜା ପଣ୍ଡା କହିଛନ୍ତି।

‘‘ଘରେ କୌଣସି ପ୍ରକାର କଳହ ହୋଇନାହିଁ। ଅଫିସରଙ୍କ ଚାପ ଯୋଗୁଁ ସେ ଏଭଳି କରିଥାଇ ପାରନ୍ତି’’, କହିଛନ୍ତି ବନଜା ପଣ୍ଡା।

The post ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପିଏଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ୟାମରୁ ମିଳିଲା ଶବ appeared first on OdishaLIVE.


Viewing all articles
Browse latest Browse all 11715

Trending Articles