Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଆ ଫିଲ୍ମରେ ଓଡ଼ିଶା ମାଟିର ବାସ୍ନା ରହିବା ଦରକାର – ବିଜୟ ମିଶ୍ର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

 (ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ‘‘ଓଡ଼ିଆ ଫିଲ୍ମରେ ଓଡ଼ିଶାର ମାଟି, ପାଣି, ପବନର ବାସ୍ନା ରହିଲେ ଆମ ଫିଲ୍ମ ନିଶ୍ଚୟ ସ୍ୱତନ୍ତ୍ର ଓ ହୃଦୟସ୍ପର୍ଶୀ ହେବ। ଏହିସବୁ ଯଦି ଓଡ଼ିଆ ଫିଲ୍ମରେ ରହେ ଆଗାମୀ ଦିନରେ ଓଡ଼ିଆ ଫିଲ୍ମ ଦର୍ଶକଙ୍କ ନିକଟରେ ଆହୁରି ଆଦୃତ ହେବ’’, କହିଛନ୍ତି ଜୟଦେବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସଂଳାପକାର ବିଜୟ ମିଶ୍ର।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଗୁରୁବାର ୩୦ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ଓଡ଼ିଶାଲାଇଭକୁ ପ୍ରତିକ୍ରିୟା ଦେଇ ବିଜୟ ମିଶ୍ର କହିଥିଲେ,‘‘ଓଡ଼ିଆ ଫିଲ୍ମରେ ଏବେ ବହୁତ ପରିମାଣରେ ଅନ୍ୟ ଭାଷାଭାଷୀ ଫିଲ୍ମରୁ କପି କରାଯାଉଛି। ଖାଲି କପି କରି ଫିଲ୍ମ ନିର୍ମାଣ କଲେ କେହି ଲାଭବାନ ହେବେନି। ଫିଲ୍ମରେ ଏକ ନିଜସ୍ୱ କାହାଣୀ ଓ ସ୍ୱତନ୍ତ୍ରତା ରହିବା ଦରକାର। ତେବେ ଯାଇ ଦର୍ଶକ ଓଡ଼ିଆ ଫିଲ୍ମକୁ ପସନ୍ଦ କରିବେ। ଯେଉଁ ନୂଆପିଢ଼ି ଏବେ ଫିଲ୍ମ ଦୁନିଆକୁ ଆସୁଛନ୍ତି ବା ଫିଲ୍ମ ନିର୍ମାଣ କରୁଛନ୍ତି ସେମାନେ କପି କରିବା ବନ୍ଦ କରନ୍ତୁ’’।

ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଆ ଫିଲ୍ମ ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବହୁତ ଆଗକୁ ଗଲାଣି, ହେଲେ କେବଳ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଗକୁ ଗଲେ ହେବନି ଗୋଟିଏ ଭଲ ଫିଲ୍ମ ପାଇଁ ଗୋଟିଏ ବିଷୟବସ୍ତୁର ଆବଶ୍ୟକତା ମଧ୍ୟ ରହିଛି।

ଓଡ଼ିଆ ଫିଲ୍ମ ଜଗତରେ ବିଜୟ ମିଶ୍ରଙ୍କର ଅତୁଳନୀୟ ଅବଦାନ ରହିଛି। ଦୀର୍ଘ ୫୯ ବର୍ଷର ସାଧନାର ଫଳସ୍ୱରୂପ ତାଙ୍କୁ ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା

ତାଙ୍କୁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପୂର୍ବରୁ ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ।

The post ଓଡ଼ିଆ ଫିଲ୍ମରେ ଓଡ଼ିଶା ମାଟିର ବାସ୍ନା ରହିବା ଦରକାର – ବିଜୟ ମିଶ୍ର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images