ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ଶୁକ୍ରବାର ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୩୭ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।
ଏହି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଶେଷ ପର୍ଯ୍ୟାୟରେ ୪୦ ଲକ୍ଷ ୫ ହଜାର ୨୮୭ ଭୋଟର ନିଜର ମତସାବ୍ୟସ୍ତ କରିବେ।
୧୬ଟି ବିଧାନସଭା ଆସନ ପାଇଁ ସ୍ୱତନ୍ତ୍ର, ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତି କରାଯାଇଛି ବୋଲି ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି। ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ।
The post ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଶେଷ ପର୍ଯ୍ୟାୟରେ ୧୬ଟି ଆସନରେ ମତଦାନ ଜାରି appeared first on OdishaLIVE.