Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜିଓ ଫୋନ୍‌ ଗ୍ରାହକଙ୍କୁ ଝଟ୍‌କା –କମ୍ପାନି ବନ୍ଦ କଲା ସବୁଠୁ ଶସ୍ତା ପ୍ଲାନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଡିସେମ୍ବର ୬ ତାରିଖରୁ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍‌ ଟାରିଫ୍‌ ପ୍ଲାନ୍‌କୁ ବଦଳାଇଥିଲା। ତେବେ ଏଥିରେ ଜିଓ ଫୋନ୍‌ର ପ୍ଲାନ୍‌କୁ ନେଇ କୌଣସି ଦାମ୍‌ ବଢ଼ାଯାଇନଥିଲା। ବର୍ତ୍ତମାନ ଜିଓ ଫୋନ୍‌ ଗ୍ରାହକଙ୍କୁ ଛଟ୍‌କା ଲାଗିଛି। କମ୍ପାନି ଏହାର ୪୯ ଟଙ୍କାର ସବୁଠାରୁ ଶସ୍ତା ଫ୍ଲାନ୍‌କୁ ବନ୍ଦ କରିଦେଇଛି। ବର୍ତ୍ତମାନ ଏହି ପ୍ଲାନ୍‌ ୭୫ ଟଙ୍କାରେ ଉପଲବ୍ଧ ହେବ।

ନିକଟରେ କମ୍ପାନି ଜିଓ ଫୋନ୍‌ ପାଇଁ ଅନ୍‌-ଇନ୍‌-ୱାନ୍‌ ପ୍ଲାନ୍ ଘୋଷଣା କରିଥିଲା। ତେବେ ୭୫ ଟଙ୍କା ପ୍ଲାନ୍‌ ଏହାରି ଅଧିନରେ କମ୍ପାନି ଆରମ୍ଭ କରିଛି। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଜିଓରୁ ଜିଓ ମାଗଣା କଲ୍‌ ଏବଂ ଅନ୍ୟ ନେଟ୍‌ୱର୍କକୁ କଲ୍‌ ପାଇଁ ୫୦୦ ମିନିଟ୍‌ ଦିଆଯିବ।

ସେହିପରି ଦୈନିକ ୧୦୦ ଏମ୍‌ବି ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସହ ଏହି ପ୍ଲାନ୍‌ରେ ମୋଟ ୩ ଜିବି ଡାଟା ଦିଆଯିବ। ଏହାସହ ଗ୍ରାହକଙ୍କୁ ଦୈନିକ ୫୦ଟି ଏସ୍‌ଏମ୍‌ଏସ୍‌ ମଧ୍ୟ ଯୋଗାଇ ଦିଆଯିବ। ଏହାର ବୈଧତା ୨୮ ଦିନ ପାଇଁ ରହିଛି।

ପୂର୍ବରୁ ଜିଓ ଫୋନ୍‌ ପାଇଁ ଥିବା ୯୯ ଟଙ୍କା, ୧୫୩ ଟଙ୍କା, ୨୯୭ ଟଙ୍କା ଏବଂ ୫୯୪ ଟଙ୍କା ପ୍ଲାନ୍‌ ଜାରି ରହିବ। ଏହି ପ୍ଲାନ୍‌ରେ ଅନ୍ୟ ନେଟ୍‌ୱର୍କକୁ କଲ୍‌ କଲେ ଆପଣଙ୍କୁ ଅଲଗା ଆଇୟୁସି ରିଚାର୍ଜ କରିବାକୁ ପଡ଼ିବ।

ଜିଓ ଫୋନ୍‌ ଲଞ୍ଚ୍‌ ହେବାପରଠୁ ୪୯ ଟଙ୍କା ପ୍ଲାନ୍‌ ଜାରି ରହିଥିଲା। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଅନ୍‌ଲିମିଟେଡ୍‌ କଲିଂ ଏବଂ ୧ ଜିବି ପର୍ଯ୍ୟନ୍ତ ଡାଟା ଯୋଗାଇ ଦିଆଯାଉଥିଲା। ଏହାପରେ ଆଇୟୁସି ଆସିବା ପରେ ଗ୍ରାହକଙ୍କୁ ଅନ୍ୟ ନେଟ୍‌ୱର୍କକୁ କଲ୍‌ ପାଇଁ ଅତିରିକ୍ତ ରିଚାର୍ଜ କରିବାକୁ ପଡ଼ିଲା। ବର୍ତ୍ତମାନ ଏହି ପ୍ଲାନ୍‌କୁ କମ୍ପାନି ବନ୍ଦ କରିଦେଇଛି।

The post ଜିଓ ଫୋନ୍‌ ଗ୍ରାହକଙ୍କୁ ଝଟ୍‌କା – କମ୍ପାନି ବନ୍ଦ କଲା ସବୁଠୁ ଶସ୍ତା ପ୍ଲାନ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images