Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌, କ’ଣ କହିଲେ ଶାହ?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ। ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌ ଉପସ୍ଥାପନ କରିଛନ୍ତି। ବିଲ୍‌ ଉପସ୍ଥାପନ କରି ବିଲ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଶାହ।

‘‘ଏହା ଶରଣାର୍ଥୀଙ୍କ ବିଲ୍। ବିଲ୍‌ରେ ନାଗରିକତାକୁ ନେଇ ସମସ୍ତ ସମସ୍ୟାର ସମାଧାନ ରହିଛି। ବିଲ୍‌ରେ କୌଣସି ଭେଦଭାବ ରଖାଯାଇନି। ଭାରତୀୟ ମୁସଲିମ ଏଥିରେ ଭୟଭୀତ ହେବାର ନାହିଁ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟବାସୀ ମଧ୍ୟ ଡରିବାରେ କିଛି ନାହିଁ’’, କହିଛନ୍ତି ଶାହ।

ସେ ଆହୁରି କହିଛନ୍ତି,‘‘ମୁସଲିମ ସମୁଦାୟ ବିରୋଧରେ ଏହି ବିଲ୍‌ ନୁହେଁ। ମୁସଲିମଙ୍କୁ କୌଣସି କ୍ଷତି ହେବ ନାହିଁ। ମୁସଲିମ ଏଦେଶର ନାଗରିକ ଥିଲେ ଆଉ ରହିବେ। ଧର୍ମ ନାଁରେ ପ୍ରତାରିତ ହେଉଥିବା ଲୋକଙ୍କୁ ଏହି ବିଲ୍‌ ନ୍ୟାୟ ଦେବ।’’

‘‘ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ଥାନର ମୁସଲମାନଙ୍କୁ ନାଗରିକତା ମିଳିବା ନାହିଁ।  ଯଦି ବିଶ୍ୱର ସବୁ ରାଷ୍ଟ୍ରର ମୁସଲିମଙ୍କୁ ଆଶ୍ରୟ ଦିଆଯିବ ତାହଲେ ଦେଶ କିପରି ଚାଲିବ?’’, କହିଛନ୍ତି ଶାହ

ନୂଆ ବିଲ୍‌ରେ କ’ଣ ଅଛି?

  • ୬ ଟି ଧର୍ମର ଶରଣାର୍ଥୀଙ୍କ ମିଳିବ ନାଗରିକତା। (ହିନ୍ଦୁ, ଶିଖ, ଜୈନ, ପାର୍ସି, ଖ୍ରୀଷ୍ଟିୟାନ, ବୌଦ୍ଧ)
  • ବେଆଇନ ଭାବେ ଆସିଥିବା ଲୋକ ହୋଇପାରିବେ ନାଗରିକ।
  • ମୁସଲମାନ ନାଗରିକତା ତାଲିକାରୁ ବାଦ।
  • ୬ ବର୍ଷରେ ଭାରତରେ ରହିବା ପରେ ପାଇପାରିବେ ନାଗରିକତା

୧୯୫୫ ବିଲ୍‌ରେ କ’ଣ ଥିଲା?

  • ସବୁ ଧର୍ମର ଶରଣାର୍ଥୀ ସାମିଲ
  • ୧୧ ବର୍ଷ ଭାରତରେ ରହିବା ପରେ ନାଗରିକତା
  • ବେଆଇନ ଭାବେ ଆସିଥିବା ଲୋକଙ୍କ ପଠାଇବା ବ୍ୟବସ୍ଥା
  • ମୁସଲମାନ ସାମିଲ ଥିଲେ।

The post ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌, କ’ଣ କହିଲେ ଶାହ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles