Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏବେ ବଜାରକୁ ଆସିବ Xiaomiର ଫୋଲ୍‌ଡ ସ୍ମାର୍ଟଫୋନ୍‌

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଅନେକ କମ୍ପାନି ବଜାରରେ ଫୋଲ୍‌ଡ ସ୍ମାର୍ଟଫୋନ ଲଞ୍ଚ୍‌ କରିଛନ୍ତି। ନିକଟରେ ସାମସଙ୍ଗ୍‌ କମ୍ପାନି ଗାଲାକ୍ସି ଫୋଲ୍‌ଡ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଥିଲା। ସେହିପରି ହୁଆୱି ମଧ୍ୟ ମେଟ୍‌ ଏକ୍ସ ନାଁରେ ଏକ ଫୋଲ୍‌ଡ ସ୍ମାର୍ଟଫୋନ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଏହି ଧାରାରେ ସାମିଲ ହୋବକୁ ଯାଉଛି ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି।

ନିକଟରେ ସାଓମି ଏକ ଫୋଲ୍‌ଡ ସ୍ମାର୍ଟଫୋନ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏନେଇ କମ୍ପାନି ପକ୍ଷରୁ ଏକ ଭିଡିଓ ମଧ୍ୟ ରିଲିଜ ହୋଇଥିଲା ଯେଉଁଥିରେ ଏହି ସ୍ମାର୍ଟଫୋନର ଡିଜାଇନ୍‌ ଦେଖିବାକୁ ମିଳିଥିଲା। ଏବେ ଏହାର ବିଭିନ୍ନ ଫିଚର ବିଷୟରେ ଶିୁଣିବାକୁ ମିଳୁଛି।

ନିକଟରେ ସାଓମି ଏହାର Mi CC9 Pro ସ୍ମାର୍ଟଫୋନ ଲଞ୍ଚ୍‌ କରିଥିଲା ଯାହାକୁ Mi Note 10 ନାମରେ ଅନ୍ତର୍ଜାତୀୟ ସ୍ତରରେ ଲଞ୍ଚ୍‌ କରାଯାଇଥିଲା। ଏଥିରେ ୫ଟି ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ତେବେ ଆଉ ପାଦେ ଆଗେଇ ସାଓମି ଫୋଲ୍‌ଡ ସ୍ମାର୍ଟଫୋନରେ ପେଣ୍ଟା ପପ୍‌ ଅପ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯିବ ବୋଲି ଶୁଣିବାକୁ ମିଳୁଛି।

ଏହି ପେଣ୍ଟା ପପ୍‌ ଅପ୍‌ କ୍ୟାମେରା ସେଟ୍‌ଅପ୍‌ ଉଭୟ ରିୟର ଏବଂ ସେଲ୍‌ଫି କ୍ୟାମେରା ଭାବେ କାମ କରିବ। ତେବେ ଫୋନ୍‌ ଲଞ୍ଚିଂ ପରେ ହିଁ ଏହାର ଲୁକ୍‌ ଏବଂ ଫିଚର ବିଷୟରେ ସଠିକ୍‌ ସୂଚନା ମିଳିବ। ବର୍ତ୍ତମାନ କମ୍ପାନି ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

The post ଏବେ ବଜାରକୁ ଆସିବ Xiaomiର ଫୋଲ୍‌ଡ ସ୍ମାର୍ଟଫୋନ୍‌ appeared first on OdishaLIVE.


Viewing all articles
Browse latest Browse all 11715

Trending Articles