Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟରେ ଲାଗି ରହିଛି କୁହୁଡ଼ି। ଲଗାତାର ତିନିଦିନ ଧରି ସବୁଠି କୁହୁଡ଼ିର ମାତ୍ରା ବଢ଼ୁଛି। କେତେକ ସ୍ଥାନରେ ଭୋରରୁ କୁହୁଡ଼ିର ଆସ୍ତରଣ ହେଉଥିବା ବେଳେ କିଛିଟା ସ୍ଥାନରେ ଦିନ ୧୦ ପର୍ଯ୍ୟନ୍ତ କୁହୁଡ଼ି ଛାଡ଼ୁନି। ଏଭଳି ସ୍ଥିତି ଆହୁରି ଦୁଇ ଦିନ ଲାଗି ରହିବ।

ଘନ କୁହୁଡ଼ି ଯୋଗୁଁ ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ତେଣୁ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର କହିବା ମୁତାବକ, ଘନ କୁହୁଡ଼ିର ପ୍ରଭାବ ଅନୁଗୁଳ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ରହିବ। ୨୯ ଓ ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୧୨ ଡିଗ୍ରୀଳ ଫୁଲବାଣୀରେ ୧୨.୪ ଡିଗ୍ରୀ ଓ କୋରାପୁଟରେ ୧୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

The post ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି appeared first on OdishaLIVE.


Viewing all articles
Browse latest Browse all 11715

Trending Articles