Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଲଞ୍ଚ୍ ହେଲା Vivo U20 ସ୍ମାର୍ଟଫୋନ୍, ମିଳିବ ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଭୋ କମ୍ପାନି ଏହାର Vivo U ସିରିଜ ସ୍ମାର୍ଟଫୋନର ନୂଆ ଭର୍ସନକୁ ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନର ନାଁ ରହିଛି Vivo U20। ନଭେମ୍ବର ୨୨ ତାରିଖରେ କମ୍ପାନି ଏହି ଫୋନକୁ ଭାରତରେ ଲଞ୍ଚ୍ କରିଛି।

Vivo U20ର ଦୁଇ ପ୍ରକାର ଫୋନ୍ ଲଞ୍ଚ କରାଯାଇଛି ଯେଉଁଥିରେ, ୪ ଜିବି RAM + ୬୪ ଜିବି ROM ଥିବା Vivo U20 ଫୋନର ଦାମ୍ ୧୦,୯୯୦ ଟଙ୍କା ରଖାଯାଇଛି। ସେହିପରି ୬ଜିବି RAM + ୬୪ ଜିବି ROM ଥିବା Vivo U20 ଫୋନର ଦାମ୍ ୧୧,୯୯୦ ଟଙ୍କା ରଖାଯାଇଛି।

Vivo U20 ସ୍ମାର୍ଟଫୋନର ସବୁଠୁ ଖାସ୍‌ ଫିଚର ହେଉଛି ଏହାର ପ୍ରୋସେସର ଏବଂ ବଡ଼ ବ୍ୟାଟେରୀ। ଏହି ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୭୫ ଏଆଇଇ ପ୍ରୋସେସର ଦିଆଯାଇଥିବା ବେଳେ ୫ ହଜାର ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ଦିଆଯାଇଛି। Vivo U20ରେ ଗ୍ରାହକମାନେ ୬.୫୩ ଇଞ୍ଚର ଡିସପ୍ଲେ ରଖାଯାଇଛି। ଏଥିରେ ୧୬ ମେଗା ପିକ୍ସେଲର ସେଲ୍ଫି କ୍ୟାମେରା ରହିଛି।

Vivo U20 ହେଉଛି କମ୍ପାନି ପକ୍ଷରୁ ଲଞ୍ଚ୍‌ ହୋଇଥିବା ତୃତୀୟ ସ୍ମାର୍ଟଫୋନ, ଯେଉଁଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ପ୍ରୋସେସର ଦିଆଯାଉଛି। ଏହା ପୂର୍ବରୁ କମ୍ପାନି Vivo V17 Pro ଏବଂ Vivo V15 Pro ସ୍ମାର୍ଟଫୋନରେ ଏହି ପ୍ରୋସେସର ଦେଉଥିଲା।

The post ଲଞ୍ଚ୍ ହେଲା Vivo U20 ସ୍ମାର୍ଟଫୋନ୍, ମିଳିବ ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles