Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କ୍ୟାନ୍ସରରେ ପୀଡ଼ିତ ପୁଅକୁ ଏମିତି ଖାଦ୍ୟ ଖୁଆଉଥିଲେ ଇମ୍ରାନ  

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ ବି ଅମିତାଭଙ୍କ ସୋ’ ‘କୌନ ବନେଗା କରୋଡପତି’ରେ ଅଭିନେତା ଇମ୍ରାନ ହାସମୀ ଏହି ଶୁକ୍ରବାର ଯୋଗ ଦେଇଥିଲେ। କର୍ମବୀର ସ୍ପେଶାଲ ଏପିସୋଡରେ ତାଙ୍କ ସହ ସମାଜସେବୀ ପୂର୍ଣ୍ଣତା ଦତ୍ତ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଅଭିନେତା ଇମ୍ରାନ ତାଙ୍କ ପୁଅ ଆୟନ କ୍ୟାନ୍ସରରେ ପୀଡ଼ିତ ଥିଲା ବେଳେ ସେ କିପରି ତାକୁ ସମ୍ଭାଳୁଥିଲେ ସେ କଥା କହିଥିଲେ।

୨୦୧୪ରେ ମାତ୍ର ୩ ବର୍ଷ ବୟସରେ ଆୟନଙ୍କୁ କ୍ୟାନ୍ସର ହୋଇଥିଲା। ଚିକିତ୍ସା ପରେ ସେ ଏବେ କ୍ୟାନସର ମୁକ୍ତ ଅଛନ୍ତି। ଯେତେବେଳେ ଆୟନ କ୍ୟାନ୍ସରରେ ପୀଡ଼ିତ ଥିଲେ ସେତେବେଳେ କିନ୍ତୁ ତାଙ୍କୁ ଖାଦ୍ୟ ଖୁଆଇବା ଭାରି କଷ୍ଟ ହୋଇପଡ଼ୁଥିଲା।

ଆୟାନ କେମୋ ଥେରାପି ନେବା ସମୟରେ ବିଲକୁଲ ଖାଉନଥିଲେ। ସେତେବେଳେ ଇମ୍ରାନ ନିଜେ ସୁପରମ୍ୟାନ ହୋଇ ଆୟନଙ୍କୁ ଫୋନ କରି ଖାଇବାକୁ କହୁଥିଲେ। ଆୟନ ଇମ୍ରାନଙ୍କୁ ସୁପରମ୍ୟାନ ଭାବି କଥା ମାନି ଖାଇ ଦେଉଥିଲେ। ଇମ୍ରାନଙ୍କ ଏହି କଥା ଶୁଣିବା ପରେ କେବିସିରେ ବସିଥିବା ଦର୍ଶକ ଭାବୁକ ହୋଇ ପଡ଼ିଥିଲେ।

The post କ୍ୟାନ୍ସରରେ ପୀଡ଼ିତ ପୁଅକୁ ଏମିତି ଖାଦ୍ୟ ଖୁଆଉଥିଲେ ଇମ୍ରାନ   appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images