Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11631

କଳାତ୍ମକ ଚଳଚ୍ଚିତ୍ର ବିନ୍‌ତଙ୍ଗ ଯଶ ଉତ୍ତମ ପ୍ରଦର୍ଶିତ

$
0
0

ଭୁବନେଶ୍ୱର, ୩୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ୱାରିସ୍‌ ଫାଉଣ୍ଡେସନ୍‍ ପ୍ରଯୋଜନାର ଟିମ୍‌ ଏଣ୍ଟରଟେନ୍‌ମେଣ୍ଟ ଆଣ୍ଡ ମିଡିଆ ସହଯୋଗରେ ଏକ କଳାତ୍ମକ ଚଳଚ୍ଚିତ୍ର ବିନ୍‌ତଙ୍ଗ ଯଶ ଉତ୍ତମ ନିର୍ମାଣ କରାଯାଇଛି। ଆଜି ଏହି ଚଳଚ୍ଚିତ୍ରଟିକୁ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ପ୍ରଦର୍ଶିତ କରାଯାଇଥିଲା। ଲୋରା ମହାପାତ୍ରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ମହାରଣା।

ଚଳଚ୍ଚିତ୍ରଟି ବିଜୁ ବାବୁଙ୍କୁ ଭଲ ପାଉଥିବା ଜଣେ ସାଧାରଣ ମଣିଷ ଉପରେ ଆଧାରିତ। ଏହି ଚଳଚ୍ଚିତ୍ର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ଯେ ଏକବିଂଶ ଶତାବ୍ଦୀର ଯୁବପିଢି ମହାନାୟକ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଦେଶ ଗଠନରେ ନିଜକୁ ନିୟୋଜିତ କରିବା ଦରକାର। ତେଣୁ ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସ୍ତରରେ ବିଜୁ ବାବୁଙ୍କ ଜୀବନୀ ଉପରେ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି। ଏହାଛଡା ଓଡ଼ିଶାରେ ଜନ୍ମିତ ବରପୁତ୍ରମାନଙ୍କ ଅବଦାନକୁ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ସେମାନେ କିପରି ଓଡିଶାରେ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସଂଗ୍ରାମ କରିଥିଲେ, ତାହା ମଧ୍ୟ ଏଥିରେ ପ୍ରତିଫଳିତ ହୋ‌‍ଇଛି।

ଚଳଚ୍ଚିତ୍ରର ପ୍ରଯୋଜକ ଲୋରା ମହାପାତ୍ର କହିଛନ୍ତି ଯେ, ବିନ୍‌ତଙ୍ଗ ଯଶ ଉତ୍ତମ ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ଉପାଧି, ଯାହାକି ବିଜୁବାବୁଙ୍କୁ ପ୍ରଦାନ କରାଯାଇଥିଲା। ତେଣୁ ଆମେ ଚଳଚ୍ଚିତ୍ରର ନାମକରଣ ଏହି ଉପାଧିର ନାମ ଅନୁସାରେ କରିଛୁ। ଆଜିର ଶିଶୁ କାଲିର ଭବିଷ୍ୟତ, ତେଣୁ ପିଲାଟି କ’ଣ କଲେ ଦେଶ ତଥା ଜାତିର ନାଁ ରଖିପାରିବ ତାହା ଏହି ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି।

ଟିମ୍‌ ଏଣ୍ଟରଟେନ୍‌ମେଣ୍ଟର ମୁଖ୍ୟ ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଛୋଟ ପିଲାମାନେ ଆଜିକାଲି ଜୀବନର ଲକ୍ଷ୍ୟ ସ୍ଥିର କରିପାରୁନାହାଁନ୍ତି। ବିଜୁବାବୁଙ୍କ ଆଦର୍ଶ ଏବଂ ନୀତିକୁ କିପରି ଭାବରେ ଏମାନେ ଜୀବନରେ ଆପଣେଇବା ଦରକାର ତାହା ଏହି ଚଳଚ୍ଚିତ୍ରରେ ସୁନ୍ଦର ଭାବରେ ପ୍ରଦର୍ଶନ କରାଯାଇଛି। ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନମାନଙ୍କରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ କରାଇବା ପାଇଁ ସେ ଆଶା ରଖିଛନ୍ତି।

ଆଜିର ପ୍ରଦର୍ଶନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବ ବିଧାୟକ ଶଶିଭୂଷଣ ବେହେରା, ବିଧାୟକ ବିଜୟ ମହାନ୍ତି, ଓଏଫ୍‌ଡିସି ଚେୟାରମ୍ୟାନ୍‌ ମୁନ୍ନା ଖାନ୍‌, ଟିମ୍‍ ଏଣ୍ଟରଟେନ୍‌ମେଣ୍ଟ୍‍ ଆଣ୍ଡ ମିଡିଆର ଚେୟାରମ୍ୟାନ୍‌, ନିଶିକାନ୍ତ ମିଶ୍ର, ସମାଜସେବୀ ନମ୍ରତା ଚଢା, ଶୁଭଶ୍ରୀ ଦାସ, ସୂର୍ଯ୍ୟ ଦେଓ, ପରୀକ୍ଷିତ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅଭିଷେକ ସ୍ୱାଇଁ ଏହାର ସହ ନିର୍ଦ୍ଦେଶକ ଥିଲାବେଳେ ପ୍ରମୁଖ କଳାକାର ଭାବେ ଚିତ୍ତ ନନ୍ଦ, କାଳନ୍ଦୀ ଚରଣ ଆହୁ, ସଂଗ୍ରାମ ପାଇକରାୟ, ଲୋରା ମହାପାତ୍ର, ଅଭିଷେକ, ନିତ୍ୟପ୍ରକାଶ ସ୍ୱାଇଁ, ଶିଶୁ କଳାକାର ଭିତେଶ, ଲିଙ୍କୁ ଓ ସୂର୍ଯ୍ୟ ପ୍ରମୁଖ ଅଭିନୟ କରିଛନ୍ତି।

Watch the brief interview of Mr. Nishikant Mishra, Chairman, TEAM Entertainment and Media on making of the film.


Viewing all articles
Browse latest Browse all 11631

Trending Articles