Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କାର୍ଯ୍ୟାଳୟରେ କୋଭିଡ ନିୟମ ମାନ, ନହେଲେ କାର୍ଯ୍ୟାନୁଷ୍ଠାନ – ବିଏମସି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଥିବା ସମସ୍ତ ଘରୋଇ ଓ ସରକାରୀ କାର୍ଯ୍ୟାଳୟକୁ ଚେତାବନୀ ଦେଇଛି ବିଏମସି। ସମସ୍ତ କାର୍ଯ୍ୟାଳୟଗୁଡ଼ିକରେ କୋଭିଡ ନିୟମ ମାନିବାକୁ ବିଏମସି ପକ୍ଷରୁ କୁହାଯାଇଛି। ଏଥିସହ ଯଦି ଏହି ନିୟମ ଉଲ୍ଲଂଘନ କରାଯାଏ, ତେବେ ଅଫିସକୁ ସିଲ କରି ଦିଆଯିବ ବୋଲି ମଧ୍ୟ ବିଏମସି ଚେତାବନୀ ଦେଇଛି।ଏଣିକି କୋଭିଡ ନିୟମକୁ ଆହୁରି କଡାକଡି କରାଯିବ। ବିଏମସିର ଏନଫୋର୍ସମେଣ୍ଟ ଟିମ ଓ ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଅଫିସ ପରିସର ଯାଞ୍ଚ କରାଯିବ। ଯଦି କୌଣସି କାର୍ଯ୍ୟାଳୟରେ ନିୟମ ଉଲ୍ଲଙ୍ଘନ ଦୃଷ୍ଟିକୁ ଆସିବ, ସେହି କ୍ଷେତ୍ରରେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର  ସଞ୍ଜୟ ସିଂହ ସତର୍କ କରିଦେଇଛନ୍ତି।ଅନ୍ୟପଟେ ସୋମବାର ବିଏମସି, ବିଡିଏ ଏନର୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବିଭିନ୍ନ ବ୍ୟାଙ୍କ ଓ ଅନ୍ୟାନ୍ୟ କାର୍ଯ୍ୟାଳୟମାନଙ୍କରେ ସାମାଜିକ ଦୂରତା ରକ୍ଷା କରାଯାଉଛି କି ନାହିଁ, କର୍ମଚାରୀମାନେ ସଠିକ୍ ଭାବରେ ମାସ୍କ ପିନ୍ଧୁଛନ୍ତି କି ନାହିଁ ଏବଂ ସାନିଟାଇଜର ବ୍ୟବହାର ହେଉଛି କି ନାହିଁ, ସେନେଇ ତଦାରଖ କରାଯାଉଛି। ଭୁବନେଶ୍ୱରରେ ସଂକ୍ରମଣ ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ରହୁଥିବାରୁ, ତା’ ଉପରେ ବିଏମସି ପକ୍ଷରୁ କଡା ନଜର ରଖାଯାଉଛି।

The post କାର୍ଯ୍ୟାଳୟରେ କୋଭିଡ ନିୟମ ମାନ, ନହେଲେ କାର୍ଯ୍ୟାନୁଷ୍ଠାନ – ବିଏମସି appeared first on OdishaLIVE.


Viewing all articles
Browse latest Browse all 11715